ନିଜାମୁଦ୍ଦିନରୁ ଫେରି ବିଭିନ୍ନ ରାଜ୍ୟରେ ବୁଲିଥିବା ବିଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଭାଗ ନେଇ ବିଭିନ୍ନ ରାଜ୍ୟ ବୁଲିଥିବା ବିଦେଶୀ ନାଗରିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମାନେ ସମସ୍ତ ଭିସା ନିୟମ ଉଲ୍ଲଂଘନ କରିଥିବା ଦର୍ଶାଯାଇଛି। କରୋନା ମୁକାବିଲା ନେଇ ଆଜି ଭିଡିଓ କନଫରେନ୍ସିଂରେ କେନ୍ଦ୍ର କ୍ୟାବିନେଟ୍ ସଚିବ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ କରିଥିବା ଆଲୋଚନା ସମୟରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଆସନ୍ତାକାଲି କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ରିଭ୍ୟୁ ମିଟିଂ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଓଡ଼ିଶାରେ ମଧ୍ୟ ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେବା ସହ ରାଜ୍ୟ ଭିତରକୁ ଆସୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ ସହ ଖାଲି ଗାଡ଼ିରେ ଯାତ୍ରୀ ପରିବହନ ରୋକିବାକୁ ଗୁରୁତ୍ୱ ଦିଆଯାଇଛିା ସେପଟେ ଏହି ଅବସରରେ ରାଜ୍ୟକୁ ଅଧିକ କରୋନା ଟେଷ୍ଟିଂ କିଟ୍ ଓ ମେଡିକାଲ ଉପକରଣ ଯୋଗାଇବାକୁ ଦାବି କରିଥିଲେ ମୁଖ୍ୟ ଶାସନ ସଚିବ। ଆଲୋଚନାରେ ଗୃହ ସଚିବ ସଞ୍ଜୀବ ଚୋପ୍ରା ଓ ଡିଜିପି ଅଭୟ ମଧ୍ୟ ସାମିଲ ଥିଲେ।

You might also like