LACରେ ଅଧିକ ୩୫ ହଜାର ଯବାନ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ସାମାନ୍ୟ ହ୍ରାସ ପାଇଥିବା ପରି ମନେ ହେଉଛି । ତଥାପି ଯେ କୌଣସି ମୁହୂର୍ତ୍ତ   ପାଇଁ ସଜାଗ ରହିଛନ୍ତି ଭାରତ ସରକାର ।  ଦୁଇ ଦେଶ ମଧ୍ୟରେ ଥିବା ୩୪୮୮ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ ଅତିରିକ୍ତ ୩୫ ହଜାର ଯବାନ ମୁତୟନ କରୁଛି ।

ନାମ ଗୋପନ ସର୍ତ୍ତରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୀମା ବିବାଦର ଶୀଘ୍ର ସମାଧାନ ଲାଗି ବଜେଟ୍ କଟକଣା ସତ୍ତ୍ୱେ ଭାରତୀୟ ସେନା ଅଧିକ ଯବାନ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଗତ ଜୁନ୍ ୧୫ରେ ଗଲଓ୍ୱାନ ଘାଟିରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ଅନେକ ଚୀନ୍ ଯବାନ ପ୍ରାଣ ହରାଇଥିଲେ ।

ଏହାକୁ ନେଇ ତିକ୍ତତା ବୃଦ୍ଧି ପାଇଥିଲା। ଏହାସହ ଦୁଇ ଦେଶ ପକ୍ଷରୁ ଏଲଏସି ପାଖରେ ଅଧିକ ସୈନ୍ୟ ମୁତୟନ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ମହଜୁଦ୍‌ ରଖା ଯାଇଥିଲା। ସୀମାରୁ ସୈନ୍ୟ ଅପସାରଣ ଶେଷ ହୋଇଥିବା ନେଇ ଚୀନ୍ ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର କହିଥିଲେ ବି ଭାରତ ଏହାକୁ ଅସ୍ୱୀକାର କରିଛି । ଅନ୍ୟପକ୍ଷରେ ସ୍ଥିତିରେ ସୁଧାର ଆଣିବା ଲାଗି ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ଆଲୋଚନା ଜାରି ରହିଛି।

You might also like