ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ: ୨୪ ଘଣ୍ଟାରେ ୧୩ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଉଦ୍‌ବେଗଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ପାଇଛିା ସେହିଭଳି ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ତେବେ କରୋନା ମୁକାବିଲା ପାଇଁ ଏବେ ତିନି ପ୍ରକାର ମେଡିକାଲ ସେବା ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ।

ସେ କହିଛନ୍ତି, କରୋନା କେୟାର ସେଣ୍ଟର, କରୋନା ହେଲ୍ଥ ସେଣ୍ଟର ଏବଂ  ଲାଇଫ୍ ସପୋର୍ଟ ସିଷ୍ଟମକୁ ଗୁରୁତ୍ୱ ଦିଆଯାଇଛି।

ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ୪୦ ହଜାର ଆଇସୋଲେସନ୍ ବେଡ ପ୍ରସ୍ତୁତ ହେଉଛି ଓ ଦେଶର ୧୩୩ ଅଞ୍ଚଳରେ ୨୫ ଶହ କୋଚ୍‌ରେ ଏହି ବ୍ୟବସ୍ଥା ହେଉଥିବା ସେ ସୂଚନା ଦେଇଛନ୍ତି।

ସେହିପରି ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ଏଯାଏଁ ହୋଇନି। କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି। ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଲବ୍ ଅଗ୍ରୱାଲ।

ସେପଟେ ମାର୍ଚ୍ଚ ୧ ପରେ ଯେଉଁମାନେ ଦିଲ୍ଲୀ ନିଜାମୁଦ୍ଦିନରେ ମର୍କଜରେ ସାମିଲ ହୋଇଥିବେ ସେମାନଙ୍କୁ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like