ଦେଶରେ ୧୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୪୦ ହଜାର ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଯେମିତି ଦିନକୁ ଦିନ ନିୟନ୍ତ୍ରଣ ବହାରକୁ ଚାଲି ଯାଉଛି। ପ୍ରତିଦିନ ଚିହ୍ନଟଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାର ୪୨୫ ଆକ୍ରାନ୍ତ ହୋଇଥିବାବେଳେ ୬୮୧ଙ୍କର ମୃତ୍ୟୁ ଘଟିଛି।
ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୨୭ ହଜାର ୪୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି।
ଦଶରେ ଆକ୍ଟିଭ କେସ୍ ୩,୯୦,୪୫୯ ଥିବାବେଳେ ସୁସ୍ଥ ହେଲେଣି ୭ ଲକ୍ଷ ୮୬ ଜଣ।
ତେବେ ମହାରାଷ୍ଟ୍ରରେ ନିଦ ହଜାଇ ଦେଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୪୫୫ ଛୁଇଁଥିବାବେଳେ ୧୧,୮୫୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ସେହିପରି ଦିଲ୍ଲୀରେ ୩୬୨୮, ତାମିଲନାଡୁ- ୨୪୮୧ ଓ ଗୁଜରାଟରେ ୨୧୪୨ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ବି ବିଶ୍ୱର ସର୍ବାଧିକ ଆକ୍ରାନ୍ତଙ୍କ ତାଲିକାରେ ଭାରତର ସ୍ଥାନ ଆମେରିକା ଓ ବ୍ରାଜିଲ ପରେ ତୃତୀୟରେ ରହିଛି। ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪.୪ ମିଲିଅନକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୬,୦୫,୦୦୦ ଛୁଇଁଛି।