ଦେଶରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୫୬ ହଜାର ଆକ୍ରାନ୍ତ ଚିହ୍ନଟ

ଦିନକରେ ୫୬,୨୧୧ ଆକ୍ରାନ୍ତ; ୨୭୧ ମୃତ

  • ଦିନକରେ ୫୬,୨୧୧ ଆକ୍ରାନ୍ତ; ୨୭୧ ମୃତ
  • ଦେଶରେ ଦିନକରେ ୫୬ ହଜାର ୨୧୧ ନୂଆ ଆକ୍ରାନ୍ତ ଚିହ୍ନଟ
  • ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫କୁ ବୃଦ୍ଧି
  • ୨୪ ଘଣ୍ଟାରେ ୨୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪କୁ ବୃଦ୍ଧି
  • ସୁସ୍ଥ- ୧,୧୩,୯୩,୦୨୧; ଆକ୍ଟିଭ୍‌ କେସ୍- ୫,୪୦,୭୨୦
  • ଏଯାବତ ଟିକା ନେଲେଣି ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ ରହିଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୫୬ ହଜାର ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ କରୋନା ଜନିତି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪କୁ ବୃଦ୍ଧି ପାଇଛି। ଏବେସୁଦ୍ଧା ସୁସ୍ଥ ହେଲେଣି ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ। ଆକ୍ଟିଭ୍‌ କେସ୍ ରହିଛି ୫ ଲକ୍ଷ ୪୦ ହଜାର ୭୨୦ ବୋଲି ସୂଚନା ମିଳିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪ ଜଣ ଟିକା ନେଇସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ ମାଧ୍ୟମରେ ୭୫ ଥର ପାଇଁ ଦେଶକୁ ସମ୍ବୋଧିତ କରି କରୋନା ସମ୍ପର୍କରେ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଏହାପୂର୍ବରୁ ଫେବୃଆରୀ ୨୮, ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୭୫ ଟି ଏପିସୋଡ୍ ଶେଷ ହୋଇଥିବାରୁ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ବିପକ୍ଷରେ କରୋନା ଯୋଦ୍ଧାଙ୍କ କାମ ବେଶ୍ ପ୍ରଶଂସନୀୟ । ବିଶ୍ରାମ ନକରି, ଅନବରତ ସେବା କରୁଛନ୍ତି କରୋନା ଯୋଦ୍ଧା । ଜନତାଙ୍କ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ସେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଭାରତରେ ଚାଲିଛି । ବରିଷ୍ଠ ନାଗରିକମାନେ କୋଭିଡ୍ ଟିକା ନେଉଥିବାରୁ ସନ୍ତୋଷ ପ୍ରକଟ କରିଛନ୍ତି। ଟିକା ନେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସମସ୍ତଙ୍କୁ ଟିକା ନେବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

You might also like