ଭାରତରେ ଅଗଷ୍ଟ ସୁଦ୍ଧା ୧୦ ଲକ୍ଷ କରୋନା ଜନିତ ମୃତ୍ୟୁ!

ଦାବି କଲା ଆମେରିକା ରିସର୍ଚ୍ଚ ଗ୍ରୁପ୍

ୱାସିଂଟନ : ସଙ୍କଟ ମଧ୍ୟରେ ଚିନ୍ତାଜନକ ଖବର । ଭାରତରେ ଅଗଷ୍ଟ ସୁଦ୍ଧା କରୋନରେ ସଂକ୍ରମିତ ହୋଇ ୧୦ ଲକ୍ଷ ଲୋକ ପ୍ରାଣ ହରାଇବେ । ଭାରତରେ ଦିନକୁ ଦିନ ଭାରତରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏଥି ମଧ୍ୟରେ ଆମେରିକାର ଶୀର୍ଷ ଗ୍ଲୋବାଲ ହେଲ୍ଥ ରିସର୍ଚ୍ଚ ସଂସ୍ଥା ନୂଆ ଆକଳନ କରି ଭାରତୀୟଙ୍କୁ ଚେତାବନୀ ଦେଇଛି । ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ୧୦ ଲକ୍ଷ ଲୋକ ମହାମାରୀରରେ ଜୀବନ ହରାଇ ପାରନ୍ତି ବୋଲି ଅଧ୍ୟୟନ ଅନୁସାରେ କୁହାଯାଇଛି ।

କରୋନା ସଂକ୍ରମଣ ପାଇଁ ଗତ ସପ୍ତାହରେ ମୃତକଙ୍କ ସଂଖ୍ୟାରେ ୭୮ ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ଼ ହୋଇଛି । ଆମେରିକା ବାଇଡେନ୍ ପ୍ରଶାସନର ଶୀର୍ଷ ଅଧିକାରୀ ତଥା ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସଲିବିୟନ୍ ଏକ ସାକ୍ଷାତକାରରେ କହିଛନ୍ତି, ଭାରତରେ ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣ ବାହାରେ । ଭାରତରେ ବିଗୁଡ଼ିଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ଭାରତକୁ ୧୦୦ ମିଲିୟନ୍ ଡଲାର ସାହାଯ୍ୟ ପଠାଇଛି । ଅନ୍ୟପଟେ ଏଥିମଧ୍ୟରେ ଭାରତରୁ ଯାଉଥିବା ସମସ୍ତ ବିମାନ ଉପରେ କଟକଣା ମଧ୍ୟ ଲଗାଇଛି ବାଇଡେନ୍ ପ୍ରଶାସନ । କରୋନା ଚେନରେ ବ୍ରେକ ଲାଗାଇବା ପାଇଁ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ତେବେ ସିଏଟଲ ସ୍ଥିତ ୟୁନିଭର୍ସିଟି ଅଫ୍ ୱାସିଂଟନର ଏକ ଶାଖା ରୂପେ କାମ କରୁଥିବା ସ୍ୱତନ୍ତ୍ର୍ର ଅନୁସନ୍ଧାନ ସଂସ୍ଥାନ Institute for Health Metrics and Evaluation ଅନୁସାରେ, ଅଗଷ୍ଟ ୨୦୨୧ ସୁଦ୍ଧା ଭାରତରେ ଲୋକ କରୋନାରେ ଜୀବନ ହରାଇ ପାରନ୍ତି । ଦେଶରେ ଯେଉଁ ବେଗରେ କରୋନା ସଂକ୍ରମଣ ବଢ଼ୁଛି ତାହାକୁ ନଜରରେ ରଖି ଏହି ଅଧ୍ୟୟନ କରାଯାଇଛି ।

ସେପଟେ ଆଜି ଦେଶରେଦିନକରେ ୩ ହଜାର ୭୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ଆଜି ୩ ଲକ୍ଷ ୮୨ ହଜାର ୩୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪,୮୭,୨୨୯ ରହିଥିବା ବେଳେ ମହାମାରୀକୁ ହରାଇ ସୁସ୍ଥ ହେଲେଣି ୧,୬୯,୫୧,୭୩୧ ଜଣ । ସେହିପରି ଏଯାବତ ଦେଶରେ ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଡୋଜ୍ ଟିକାକରଣ କରାଯାଇଛି ।

You might also like