ଆସନ୍ତା ସପ୍ତାହରେ ଦେଶରେ ପିକରେ ପହଞ୍ଚିପାରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବେକାବୁ। ଦିନକୁ ଦିନ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। କିଛିଦିନ ହେବ ଦେଶରେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆସନ୍ତା ସପ୍ତାହରେ ଦେଶରେ କରୋନା ସଂକ୍ରମଣ ପିକରେ ପହଞ୍ଚିପାରେ।

ମ୍ୟାଥମେଟିକାଲ ମଡେଲ(Mathematical Model) ଅନୁସାରେ, ଦେଶରେ ମେ ୩ ଓ ୫ ଭିତରେ କରୋନା ପିକରେ ପହଞ୍ଚିପାରେ। ଏନେଇ ବୈଜ୍ଞାନିକଙ୍କ ଏକ ଟିମ ସରକାରଙ୍କୁ ସୂଚନା ଦେଇଛନ୍ତି।ସରକାରଙ୍କ ଦ୍ୱାରା ନିଯୁକ୍ତ ବୈଜ୍ଞାନିକଙ୍କ ଟିମର ମୁଖ୍ୟ ଏମ ବିଦ୍ୟାସାଗର କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ, ଆସନ୍ତା ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣ ପିକରେ ପହଞ୍ଚିପାରେ। ପୂର୍ବରୁ କୁହାଯାଉଥିଲା ଯେ, ମେ ୫ ଓ ୧୦ ମଧ୍ୟରେ କରୋନା କେସ ପିକରେ ପହଞ୍ଚିପାରେ।

ସେ କହିଛନ୍ତି, ଆସନ୍ତା ୪ରୁ ୬ ସପ୍ତାହ ଆମେ କିଭଳି ଭାବରେ କରୋନା ସହ ମୁକାବିଲା କରିବାକୁ ଯାଉଛୁ ଏହା ହିଁ ବାର୍ତ୍ତା ଥିଲା ଦୀର୍ଘକାଳୀନ ସମାଧାନ ପାଇଁ ସମୟ ନଷ୍ଟ କରନ୍ତୁ ନାହିଁ କାରଣ ବର୍ତ୍ତମାନ ଆପଣ ସମସ୍ୟା ଦେଇ ଗତି କରୁଛନ୍ତି

ସେପ୍ଟେମ୍ବର ମଧ୍ୟ ଭାଗରେ ଦେଶରେ କରୋନାର ପ୍ରଥମ ଲହର ପିକରେ ପହଞ୍ଚିଥିଲା ସେହି ସମୟରେ ୯୭,୮୯୪ କରୋନା କେସ ଥିଲା ହେଲେ ଏବେ ଦୈନିକ ସଂକ୍ରମଣ ଗୁଣା ହୋଇଛି ସବୁଠାରୁ ବଡ଼ କଥା, ଅଧିକାଂଶ ସଂକ୍ରମିତଙ୍କ ପାଖରେ କୌଣସି କରୋନା ଲକ୍ଷଣ ନାହିଁ

ଗତକାଲି ଦିନକରେ ଦେଶରେ  ସର୍ବାଧିକ ୩ ଲକ୍ଷ ୮୬ ହଜାର ୪୫୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଥିଲା

ପଶ୍ଚିମବଙ୍ଗରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି। ନିର୍ବାଚନ ଶେଷ ହେବା କ୍ଷଣି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଆଂଶିକ ଲକଡାଉନ ଘୋଷଣା କରିଛନ୍ତି।

You might also like