ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୩୨, ୬୯୫ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି। ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ ୩୨, ୬୯୫ ନୂଆ ମାମଲା ସାମ୍ନା ଆସିଛି। ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହୋଇ ନ ଥିଲେ। ସେହିପରି ୨୪ ଘଣ୍ଟା ମଧ୍ୟରେ ୬୦୬ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। 

ଗତ ୨୪ ଘଣ୍ଟା ମଧ୍ୟରେ  ୨୦, ୭୮୩  ଜଣଙ୍କୁ ଡିସଚାର୍ଜ କରାଯାଇଛି।  ବର୍ତ୍ତମାନ ଦେଶରେ ୩, ୩୧, ୧୪୬ ମାମଲା ସକ୍ରିୟ ଅଛି। ୬, ୧୨, ୮୧୪   ଲୋକ ଡିସଚାର୍ଜ ହୋଇଛନ୍ତି । ଏବଂ 24,915 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ୯, ୬୮, ୮୧୪ କରୋନା ମାମଲା ଦେଖିବାକୁ ମିଳିଛି।

ସର୍ବଶେଷ ଆକଳନ ପରେ, ବର୍ତ୍ତମାନ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୬୩.୨ ପ୍ରତିଶତ ରହିଛି । ଏଥି ସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁସ୍ଥ ହାର ହେଉଛି ୮୧.୮ ପ୍ରତିଶତ, ଯାହା ଜାତୀୟ ହାର ତୁଳନାରେ ୨୫ ପ୍ରତିଶତ ଅଧିକ। 

ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ତାମିଲନାଡୁରେ ମୋଟ ୧.୫ ଲକ୍ଷ କରୋନା ମାମଲା ରହିଛି, ସେଥିମଧ୍ୟରୁ ୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। କରୋନାରେ ସବୁଠାରୁ ବେଶି ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ୨୪ ଘଣ୍ଟାରେ ୭, ୯୭୫ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ୨, ୭୫, ୬୪୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ରାଜ୍ୟରେ ୨୪ ଘଣ୍ଟାରେ ୨୩୩ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଏଥିରୁ କେବଳ ମୁମ୍ବାଇରେ ୬୨ ଜଣ ଅଛନ୍ତି। ରାଜ୍ୟରେ  କରୋନା ଜନିତ ମୃତ୍ୟୁ ମାମଲା୧୦, ୯୨୮ରେ ପହଞ୍ଚିଛି। 

 

ଆହୁରି ପଢ଼ନ୍ତୁ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଭିଡିଓ ଭାଇରାଲ

ରାଜ୍ୟରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ

‘ଭୟଙ୍କର ସ୍ଥିତିରେ ଟ୍ଵିନ ସିଟି, ଅଯୋଗ୍ୟ ଅଫିସରଙ୍କ ହାତରେ ରହିଛି କୋଭିଡ ଦାୟିତ୍ଵ’

ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

You might also like