ଦେଶରେ ଆଜି ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ; ୨୪ ଘଣ୍ଟାରେ ୩୫୭

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଆଜି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରଛି।  ଗତ ୨୪ ଘଣ୍ଟାରେ ମଧ୍ୟରେ ପ୍ରାୟ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୫୭୯କୁ ବୃଦ୍ଧି ହୋଇଛି।  ଏହାସହ ଗୋଟିଏ ଦିନରେ ୩୫୭ କରୋନା ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୮ ହଜାର ୧୦୨ରେ ପହଞ୍ଚିଛି।

ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୪୪୮ ଆକ୍ଟିଭ କେସ୍ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ ଲକ୍ଷ ୪୧ ହଜାର ୨୯ ସଂକ୍ରମିତ। ରିକଭରି ହାର ଦିନକୁ ଦିନ ବୃଦ୍ଧି ପାଇ ୪୯.୨୧ରେ ପହଞ୍ଚିଛି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫୨,୧୩,୧୪୦ ନମୂନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୮୦୮ ନମୂନା ପରୀକ୍ଷା କରାଯାଇଛି।

ସେପଟେ ସଙ୍ଗୀନ ହେବାରେ ଲାଗିଛି ମହାରାଷ୍ଟ୍ର ସ୍ଥିତି । ମହାରାଷ୍ଟ୍ର ସର୍ବାଧିକ ୯୪,୦୪୧ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୪୩୮ରେ ପହଞ୍ଚିଛି । ମହାରାଷ୍ଟ୍ର ସ୍ଥିତିକୁ ଦେଖି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଲୋକମାନେ ନିୟମ ନମାନିଲେ ପୁଣି ଥରେ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯିବ ବୋଲି ଉଦ୍ଧବ ଚେତାବନୀ ଦେଇଛନ୍ତି ।

 

You might also like