ଦେଶରେ କରୋନା ଗ୍ରାଫ ଉପରମୁହାଁ; ୨୪ ଘଣ୍ଟାରେ ୪୦ ହଜାର ନୂଆ ରୋଗୀ ଚିହ୍ନଟ

ମୁମ୍ବାଇ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ୩୯ ହଜାର ୭୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ପରେ ଦେଶରେ କରୋନା ସଂକ୍ରମଣ ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧କୁ ଛୁଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ୨୪ ଘଣ୍ଟାରେ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ପୁଣି ଥରେ କଡ଼ ଲେଉଟିଛି କରୋନା। ଏଠାରେ ଦିନକୁ ଦିନ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ସବୁଠୁ ଅଧିକ କରୋନା ଆକ୍ରାନ୍ତ ଏବେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ବ୍ୟାପିବା ପରେ ସର୍ବାଧିକ ୨୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୬୦ ପ୍ରତିଶତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି।

ଗତକାଲି ୨୪ ଘଣ୍ଟାରେ ୨୫ ହଜାର ୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାସହ ୫୮ ଜଣ ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନ ତଳେ ୨୩ ହଜାର କେସ୍ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ଧିରେ ଧିରେ ବଢ଼ୁଛି। ସବୁଠୁ ଅଧିକ ବିଗିଡ଼ିଛି ମୁମ୍ବାଇ, ପୁଣେ, ଔରଙ୍ଗାବାଦ୍। ଟେଷ୍ଟିଂ , ଟ୍ରାକିଂ ଓ ଟ୍ରେସିଂକୁ ବଢ଼ାଯାଇଛି। ମହାରାଷ୍ଟ୍ରରେ କରୋନା ମୃତ୍ୟୁ ହାର ୨.୨୨ ପ୍ରତିଶତ ରହିଛି। କେବଳ ମୁମ୍ବାଇରେ ୨୪ ଘଣ୍ଟାରେ ୨୮୭୭ ନୂଆ ମାମଲା ସାମ୍ନାକୁ ଆସିଛି।

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସହରରେ ବର୍ତ୍ତମାନ ସୁଦ୍ଧା ୩, ୫୨, ୮୩୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩, ୨୧, ୯୪୭ ଜଣ ସୁସ୍ଥ ହୋଇଥିବାବେଳେ ୧୧, ୫୫୫ ଜଣଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ବଢ଼ିବା ପରେ ଏବେ ଦେଶର ଇପିସେଣ୍ଟର୍ ପାଲଟିଛି।  ପୁଣେ ସମେତ କିଛି ଜିଲ୍ଲାରେ ଲକ୍‌ଡାଉନ୍, ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ତେବେ ଏହି କଟକଣାକୁ ଅଧିକ କଡ଼ାକଡ଼ି କରାଯାଇପାରେ।

 

 

 

You might also like