ଭାରତରେ କରୋନା ସ୍ଥିତି ଏବେ କେମିତି ଅଛି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪୮ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ  ୭୪୮ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୬୬ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସବୁଠାରୁ ଅଧିକ ୧୩୭ ଜଣ କେରଳରେ ଚିକିତ୍ସିତ ହେଉଛନ୍ତି।

ସେହିପରି ମହାରାଷ୍ଟ୍ରରେ ୧୩୦ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ କମ୍ପାନୀଙ୍କୁ ୧୦ ହଜାର ଏବଂ ଭାରତ ଇଲେ୍ରୋନିକ୍ସ ଲିମିଟେଡକୁ ୩୦ ହଜାର ଭେଣ୍ଟିଲେଟର ଯୋଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅର୍ଡର ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟେଲି ମେଡିସିନ ଗାଇଡଲାଇନ ଜାରି କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ସୂଚନା ଦେଇଛନ୍ତି।

ଲକଡାଉନ ମୁକାବିଲା ପାଇଁ ଦିଲ୍ଲୀ ସରକାର ୩୨୫ଟି ସ୍କୁଲରେ ଦିନକୁ ଦୁଇ ବେଳା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ସ୍କୁଲରେ ୫୦୦ ଜଣ ଲୋକଙ୍କୁ ଖାଇବାକୁ ଦେବାର ବ୍ୟବସ୍ଥା କରାଯାଇଛି। ଏହା ଫଳରେ ଦିଲ୍ଲୀରେ ଏଣିକି ଦୈନିକ ୨ ଲକ୍ଷ ଲୋକ ଏହାର ଫାଇଦା ପାଇବେ ବୋଲି କେଜରିୱାଲ ସରକାର କହିଛନ୍ତି।

ଅନ୍ୟପଟେ ବିମାନ କଟକଣାକୁ ମଧ୍ୟ ଆସନ୍ତା ଏପ୍ରିଲ ୧୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ଯାଏ ଦେଶରେ ସେବା ଯୋଗାଉଥିବା ବିମାନ ଗୁଡ଼ିକର ଉଡ଼ାଣ ଉପରେ କଟକଣା ଲଗାଇଥିଲେ।  ଗତକାଲି ଏହାକୁ ଏପ୍ରିଲ ୧୪ ଅର୍ଥାତ ଲକ୍‌ଡାଉନ ପିରିୟଡ ଶେଷ ଯାଏ ବୃଦ୍ଧି କରାଯାଇଛି।

 

You might also like