ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ  ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟର ସଦ୍ୟତମ ସୂଚନା ଅନୁସାରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି।

ଦେଶରେ ମୋଟ ଆକ୍ରାନ୍ତ ୧୫ ହଜାର ୭୦୭ ହୋଇଥିବା ବେଳେ ଏବେ ୧୨ ହଜାର ୯୬୯ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୨୩୧ ଜଣ ଆରୋଗ୍ୟ ଲାଭ କଲେଣି।

ସେପଟେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କରୋନା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମସ୍ତ ବରିଷ୍ଠ ଅଧିକାରୀଙ୍କ ମତ ନେବା ସହ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଶାହ। ଏଥିସହ ଗୃହ ମନ୍ତ୍ରାଳୟରେ ଖୋଲାଯାଇଥିବା କଣ୍ଟ୍ରୋଲ ରୁମର କାର୍ଯ୍ୟକାରିତା ନେଇ ମଧ୍ୟ ସେ ସମୀକ୍ଷା ବୈଠକ କରିଛନ୍ତି।

You might also like