୧୭ ଦିନର ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ ସହିଦ ବାପା

ସାହିବଗଞ୍ଜ: ଭାରତ-ଚୀନ ବର୍ଡର ଲଦାଖର ଗଲୱାନୀ ଭାରତ-ଚୀନ ସେନାର ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଝାରଖଣ୍ଡ ସାହିବଜଞ୍ଜ ଜିଲ୍ଲା ସଦର ଡାହିବ ଗାଁର କୁନ୍ଦନ କୁମାର ଓଝା। ୨୬ ବର୍ଷ ବୟସ୍କ କୁନ୍ଦନଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ସହିତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ  ଟ୍ୱିଟ କରି କହିଛନ୍ତି, ‘ଯେବେ ଯେବେ ସୀମାନ୍ତରେ ଦେଶ ସାର୍ବଭୌମତା ଉପରେ ଆକ୍ରମଣ ହୋଇଥାଏ ଝାଡ଼ଖଣ୍ଡର ବୀର ପୁତ୍ରମାନେ ପ୍ରାଣର ଆହୁତି ଦେଇ ଦେଶକୁ ରକ୍ଷା କରିଥାନ୍ତି। ଚୀନ ଆକ୍ରମଣକାରୀଙ୍କୁ ମୁହଁତୋଡ ଯବାବ ଦେଇ ସହିଦ ହୋଇଛନ୍ତି ଝାଡଖଣ୍ଡ ବୀରପୁତ୍ର କୁନ୍ଦନ କୁମାର । ସାହିବଗଞ୍ଜ ଜିଲ୍ଲା ଡିହାରୀ ଗ୍ରାମର  ଚାଷୀ ପରିବାରର ପୁଅ କୁନ୍ଦନଙ୍କୁ ଶତଶତ ପ୍ରଣାମ।’

ଏଠି କହିରଖିବୁ, କୁନ୍ଦନଙ୍କ ବାପା ରବିଶଙ୍କର ଓଝା ଜଣେ ଚାଷୀ। ତିନି ଭାଇ ଏବଂ ଗୋଟିଏ ଭଉଣୀଙ୍କ ମଧ୍ୟରେ କୁନ୍ଦନଙ୍କ ସ୍ଥାନ ୨ୟ। ୨୦୧୧ରେ ଆର୍ମିରେ ଭର୍ତ୍ତି ହୋଇଥିଲେ କୁନ୍ଦନ। ବିହାର ରେଜିମେଣ୍ଟ କଟିହାରରେ ସେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୧୭ରେ ତାଙ୍କର ବିବାହ ହୋଇଥିଲା। ତେବେ ସବୁଠାରୁ ଦଃଖର କଥା ତାଙ୍କର ୧୭ ଦିନର ଗୋଟିଏ କନ୍ୟାସନ୍ତାନ ଅଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ୫ମାସ ତଳେ ସେ ଘରକୁ ଆସିଥିଲେ। ୧୫ ଦିନ ତଳେ ପରିବାର ଲୋକଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା

You might also like