ବିବାଦୀୟ ଲିପୁଲେଖରେ ସେନା ମୁତୟନ କଲା ଚୀନ

ଡେରାଡୁନ୍‌: ଉତ୍ତରାଖଣ୍ଡ ଲିପୁଲେଖ ବିବାଦକୁ ନେଇ ଭାରତ-ନେପାଳ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଅଞ୍ଚଳରେ ଚୀନ ଏବେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଥିବା ଦେଖିବାକୁ ମିଳିଛି। ସ୍ଥିତି ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଚୀନ ୧୫୦ ଲାଇଟ୍‌ କମ୍ବାଇନ୍‌ଡ ଆର୍ମ ବ୍ରିଗ୍ରେଡ୍‌ ମୁତୟନ କରିଛି। ପ୍ରାୟ ୨ ସପ୍ତାହ ପୂର୍ବରୁ ତିବ୍ବତ ପାଖ ଲିପୁଲେଖ ଇଲାକାରେ ଚୀନ ଏହି ସେନା ମୁତୟନ କରିଛି। ସୀମା ରେଖାର ୧୦ କିମି ଅଞ୍ଚଳରେ ଏହି ସେନା ମୁତୟନ କରାଯାଇଛି। ଏହା ପୂର୍ବରୁ ଅର୍ଥାତ୍‌ ଜୁଲାଇ ମାସରେ ମଧ୍ୟ ଚୀନ ଏହି ଅଞ୍ଚଳରେ ପ୍ରାୟ ୧୦୦୦ ସେନା ମୁତୟନ କରିଥିଲା। ସେତିକି ନୁହେଁ, ଚୀନ ପିଏଲଏ ପକ୍ଷରୁ ଏଠାରେ ଏକ ସ୍ଥାୟୀ କ୍ୟାମ୍ପ ତିଆରି କରିଛନ୍ତି। ୧୫ ଦିନ ପୂର୍ବରୁ ଏଠାରେ ୨୦୦୦ ସୈନ୍ୟ ମୁତୟନ କରିଛି ଚୀନ।

ସୂଚନାଥାଉ କି ଭାରତ-ନେପାଳ-ଚୀନ ମଝିରେ ଉତ୍ତରାଖଣ୍ଡର କଳାପାଣି ଘାଟି ପାଖରେ ଲିପୁଲେଖ ଅବସ୍ଥିତ। ଲିପୁଲେଖ ଝିଲ୍‌ ନିକଟର  ୧୭, ୦୦୦ ଫୁଟ ଉଚ୍ଚରେ ଭାରତ ସଡକ ନିର୍ମାଣ କରିବା ପରେ ନୂଆଦିଲ୍ଲୀ-କାଠମାଣ୍ଡୁ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। କାରଣ କାଠମାଣ୍ଡୁ ଏହି ଇଲାକାକୁ ନିଜର ବୋଲି କହିବା ସହ ନିଜ ଅଧିକାର ଦାବି କରିଛି। ଏପରିକି ଏହି ଇଲାକାକୁ ନିଜ ମାନଚିତ୍ରରେ ସାମିଲ କରାଇ ନେଇଛି। ନେପାଳର ଏପରି ଉଦ୍ୟମକୁ ଭାରତ ବିରୋଧ କରିଛି।  ଯାହା ବି ହେଉ ଭାରତ ପକ୍ଷରୁ ନିର୍ମିତ ହେଉଥିବା ଏହି ରାସ୍ତା ଯୋଗୁ ସଡକ ପଥରେ କୈଳାସ ମାନସରୋବର ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ହେବ ।

ଅନ୍ୟପକ୍ଷେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ-ଚୀନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ସୀମାନ୍ତୀରେ ଉଭୟ ଦେଶ ପକ୍ଷରୁ ସେନା ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like