ନରମିଲା ଚୀନ୍‌, କହିଲା ସୀମାନ୍ତରେ ସ୍ଥିତି ଭଲ ଅଛି

ପେଇଚିଂ: ଚୀନ୍‌ର କରୋନା ଭାଇରସ ଆଜି ପୁରା ବିଶ୍ୱର ଶାନ୍ତି ନଷ୍ଟ କରି ଦେଇଛି। ଅନ୍ୟପକ୍ଷେ ଚୀନ ରାଷ୍ଟ୍ରପତି ଏଥିପାଇଁ ଅନୁଶୋଚନା ବଦଳରେ ଯୁଦ୍ଧ ପାଇଁ ଆହ୍ୱାନ ଦେବା ସହ ଭାରତ ସୀମାନ୍ତରେ ସୈନ୍ୟ ଠୁଳ କରି ଉତ୍ତେଜନା ସୃଷ୍ଟି କରିବା ପରେ ଏବେ ଶାନ୍ତି ଦୂତ ସାଜିଛନ୍ତି । ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପରେ ଏବେ  ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସଫେଇରେ କୁହାଯାଇଛି,  ସୀମାନ୍ତର ସ୍ଥିତି ଭଲ ଅଛି। ଭାରତ ସହ କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ଦୁଇ ଦେଶ ମଧ୍ୟରେ ବିଚାର ବିମର୍ଷ ମାଧ୍ୟମରେ ବିବାଦର ସମାଧାନ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ବାସ୍ତିବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହେବା ପରେ ଏବେ ଚୀନ ନରମ ଭାବ ପୋଷଣ କରିଛି। ଏହାର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିଆନ କହିଛନ୍ତି, ସୀମା ବିବାଦକୁ ନେଇ ଚୀନର ଆଭିମୁଖ୍ୟ ସ୍ପଷ୍ଟ। ଦୁଇ ଦେଶର ନେତାଙ୍କ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ସହମତି ରହିଛି ଏବଂ ଦୁଇ ଦେଶ ଆପୋଷ ବୁଝାମଣା ରଖି ଚୁକ୍ତି ପାଳନ କରୁଛନ୍ତି। ଉଭୟ ଦେଶ ସାର୍ବଭୌମ, ଅଖଣ୍ଡତା ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସିଛନ୍ତି।

ଏଠି କହି ରଖିବୁ, ଭାରତୀୟ ସୀମନ୍ତରେ ଚୀନ ନିର୍ମାଣ କାର୍ଯ୍ୟ କରୁଥିବାରୁ ଭାରତ ଏହାର ପ୍ରତିବାଦ କରିଛି ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଭାରତୀୟ ସ୍ଥଳ ସେନା ପ୍ରମୁଖ ଜେନରାଲ ମନୋଜ ମୁକୁନ୍ଦ ନରାୱଣା ଶୁକ୍ରବାର ଲେହ ସ୍ଥିତି ମୁଖ୍ୟାଳୟକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଚିଫ ଲେଫ୍ଟନାଣ୍ଟ ଜେନରାଲ ୱାଇକେ ଯୋଶୀ ଏବଂ ୧୪ ଫୋର୍ସ କମାଣ୍ଡର ଲେଫ୍ଟନାଣ୍ଟ ଜେନରାଲ ହରିନ୍ଦର ସିଂହ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। 

 

You might also like