ଲଦାଖରୁ ସେନା ଅପସାରଣ କଲେ ଚୀନ-ଭାରତ

ନୂଆଦିଲ୍ଲୀ:ପୂର୍ବ ଲଦାଖ ବର୍ଡର ପାଖରେ ତିନୋଟି ସ୍ଥାନରେ ଚୀନ-ଭାରତ ନିଜ ନିଜ ସେନାକୁ ପଛକୁ ହଟାଇଛନ୍ତି। ତେବେ ଭାରତ ଏକଥା ସ୍ପଷ୍ଟ କରଛି ଯେ, ଆଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (LAC) ରେ ଉତ୍ତେଜନା ସେତିକିବେଳେ ହ୍ରାସ ପାଇବ ଯେତେବେଳେ ଚୀନ ତା’ର ସବୁ ସେନା ଅପସାରଣ କରିବ।

ଚୀନ୍‌ ଭାରତ ସୀମାର ଅତି ନିକଟବର୍ତ୍ତୀ ଅଞ୍ଚଳରେ ଆର୍ଟିଲରୀ ଏବଂ ଟେକ ରେଜିମେଣ୍ଟକୁ ମୁତୟନ କରିଛି। ବୁଧବାର ଦୁଇଦେଶର ସେନା ଅଧିକାରୀ ସ୍ତରୀୟ ଆଲୋଚନା ହୋଇଥିଲା। ତେବେ ତାହା ପୂର୍ବରୁ ଜୁନ ୬ ତାରିଖ ମିଲିଟାଣୀ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ନିଜ ନିଜ ସେନାକୁ ପ୍ରତ୍ୟାହାର କରି ନେଇଛନ୍ତି।

ଦୁଇ ଦେଶ ଗଲବାନ ଘାଟି ଅଞ୍ଚଳ (ପାଟ୍ରୋଲିଂ ପଏଣ୍ଟ ୧୪ ଏବଂ ୧୫), ହଟ ସ୍ପ୍ରିଙ୍ଗ୍ସ (ପାଟ୍ରୋଲିଂ ପଏଣ୍ଟ ୧୭)-ଏହି ତିନୋଟି ପଏଣ୍ଟରୁ ଦୁଇ ଦେଶ ନିଜ ନିଜର ସେନା ଅପସାରଣ କରିଛି। ଉଭୟ ସେନା ପ୍ରାୟ ତିନି ସ୍ଥାନରୁ ପ୍ରାୟ ୨ରୁ ୨.୫ କିମି ପଛକୁ ହଟିଛନ୍ତି।

ତେବେ ପୂର୍ବ ଲଦାଖ ସେକ୍ଟରରେ ଉତ୍ତେଜନା ଜାରି ରହିଛି। ତେବେ ଚୀନ ନିଜ ସେନା ସହ ଅନ୍ୟ ସରଞ୍ଜାମ ଏଠାରୁ ହଟାଇବା ପରେ ହିଁ ସୀମାରେ ଉତ୍ତେଜନା ହ୍ରାସ ପାଇବ। ମିଳିଥିବା ଖବରରୁ ଜଣାଯାଇଛି, ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ଲଦାଖ ସେକ୍ଟରରେ ୧୦ ହଜାରରୁ ଅଧିକ ସେନା ମୁତୟନ କରିଛି।

ଅନ୍ୟପକ୍ଷେ ଗତ ୬ ତାରିଖରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସକରାତ୍ମକ ହୋଇଥିବା କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like