ଖୁବ୍‌ଶୀଘ୍ର ଆସୁଛି MH-60-R, ବାୟୁ ସେନା ପରେ ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ୱାଶିଂଟନ୍‌: ଚୀନ୍‌ ଓ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ସମ୍ପର୍କ ବିଗୁଡୁଛି। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ତା’ର ପ୍ରତିରକ୍ଷା ବିଭାଗର ଶକ୍ତି ବଢାଉଛି। ବାୟୁ ସେନାର ଶକ୍ତି ବଢାଇବା ପାଇଁ ଫାଇଟର ଜେଟ ରାଫେଲ ଆସିବା ପରେ ଏବେ ନୌସେନା ଶକ୍ତି ବଢାଇବା ପାଇଁ ଯୋଜନା କରୁଛି ଭାରତ। ଖୁବ୍‌ ଶୀଘ୍ର ଆମେରିକା ଭାରତୀୟ ନୌସେନାକୁ MH-60-Romeo ହେଲିକପ୍ଟର ଯୋଗାଇ ଦେବା ପାଇଁ ଘୋଷଣା କରିଛି।

ଦକ୍ଷୀଣ ଚୀନ୍‌ ସାଗରରେ ବେଜିଂର ଆଧିପତ୍ୟ ବଢୁଛି । ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଦକ୍ଷିଣ ଏସିଆରେ ଆମେରିକା ପାଇଁ ଏକମାତ୍ର ବିଶ୍ୱସ୍ତ ରାଷ୍ଟ୍ର ହେଉଛି  ଆମେରିକା। ତେଣୁ ୨୦୨୧ ପ୍ରାରମ୍ଭରେ ଆମେରିକା MH-60-R  ଡେଲିଭରି କରିବ ବୋଲି ଆଶା କରାଯାଉଛି। ଏହି ସବମେରାଇନ୍‌ ପ୍ରସ୍ତୁତ କରିଥବା କମ୍ପାନୀ ଲାକହିଡ୍‌ ମାର୍ଟିନର ଅଧିକାରୀ ୱିଲିୟମ ଏଲ ବ୍ଲେୟର କହିଛନ୍ତି,  ଏହି ବିକ୍ରି ବିଦେଶୀ ମିଲିଟ୍ରି ସେଲ ମାଧ୍ୟମରେ ହେଉଛି। ଖୁବ୍‌ ଶୀଘ୍ର ଡେଲିଭରି କରିବା ପାଇଁ ଆମେରିକା ଉଦ୍ୟମ କରୁଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଏହି କାମ ଶେଷ ହେବ ବୋଲି ଆଶା କରାଯାଉଛି। ସୂଚନାଥାଉ କି, ଏ ନେଇ ଗତ ଫେବ୍ରୁୟାରୀରେ ଏ ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

ହିନ୍ଦ ମହାସାଗରରେ ଚୀନ ସକ୍ରିୟ ହେଉଥିବାବେଳେ ଏହି ଘୋଷଣା ନୌସେନାର ଶକ୍ତିବୃଦ୍ଧି କରିବ। ଲାକହିଡ ମାର୍ଟିନ ଦ୍ୱାରା ନିର୍ମିତ ଏଇ ହେଲିକପ୍ଟର ସମୁଦ୍ରରେ ତଲାଶି ଏବଂ ଉଦ୍ଧାର କାମ ପାଇଁ ଖୁବ୍‌ ଉପଯୋଗୀ ।  ଶତ୍ରୁ ଜାହାଜକୁ ଟ୍ରାକ କରି ତାହାର ଆକ୍ରମଣକୁ ପ୍ରତିରୋଧ କରିପାରିବା ଭଳି ଯନ୍ତ୍ରକୌଶଳରେ ଏହି ହେଲିକପ୍ଟରକୁ ନିର୍ମାଣ କରାଯାଇଛି । ଏହି ହେଲିକପ୍ଟରକୁ ଆମେରିକା ନୌସେନାରେ  ଆଣ୍ଟି ସବ୍‌ମରୀନ ଏବଂ ଆଣ୍ଟି ସରଫେସ୍‌ ୱିପନ୍‌ ଭାବେ ନିୟୋଜିତ କରାଯାଇଛି।

 

You might also like