ସୀମାରେ ପୁଣି ମୁହାଁମୁହିଁ ଭାରତ-ଚୀନ ସେନା ; କଡ଼ା ଜବାବ ଦେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପୁଣି LACରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା। ପୂର୍ବ ଲଦାଖ ସୀମାରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିବାରୁ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଦେଶ। ଲଦାଖ ନିକଟ ପାଙ୍ଗୋଙ୍ଗ ହଦ୍ର ନିକଟରେ ଗତ ୨୯-୩୦ ତାରିଖ ମଧ୍ୟରାତ୍ରୀରେ ଏହି ସଂଘର୍ଷ ହୋଇଛି।

ଦକ୍ଷିଣ ପାଙ୍ଗୋଙ୍ଗ ହଦ୍ର ନିକଟରେ ଭାରତ ସୀମାରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।  ଚୀନର ଏପରି ଉଦ୍ୟମକୁ କଡ଼ା ଭାଷାରେ ଏହାର ବିରୋଧ କରିଛନ୍ତି ଭାରତୀୟ ଯବାନ।

ପୂର୍ବରୁ ଭାରତ ଚୀନ ସୀମାରେ ଉତ୍ତେଜନା ଦେଖାଦେବା ପରେ ସେନା ସ୍ତରୀୟ ଆଲୋଚନା ପରେ ବିବାଦ ସମାଧାନ ହୋଇଥିଲା। ତେବେ ଏହାର କିଛି ମାସ ପରେ ଚୀନ ନିଜ ଅଭ୍ୟାସ ପୁଣି ଥରେ ଦୋହରାଇଛି। ଏହି ଘଟଣା ପରେ  ବିଗ୍ରେଡ କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ତେବେ LACରେ ଶାନ୍ତି ପ୍ରତିଷ୍ଠା ଲାଗି ଆଲୋଚନା ଚାଲିଥିବା ବେଳେ ଭାରତୀୟ ସେନା କହିଛି ଦେଶ ସୁରକ୍ଷା ଲାଗି ଆମେ ବଦ୍ଧ ପରିକର ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like