ପୁଣି ଚୀନ୍‌‌କୁ ଝଟ୍‌‌କା: ଚୀନ କମ୍ପାନୀକୁ ଅଯୋଗ୍ୟ ଘୋଷିତ କଲା NHAI

ନୂଆଦିଲ୍ଲୀ:ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ସୀମା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଅଧିକାରୀ (National Highway Authority of India) ଚୀନର ଏକ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରି ଦେଇଛନ୍ତି । ପଶ୍ଚିମବଙ୍ଗର ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର ଗାର୍ଡର ଭାଙ୍ଗିବା ଘଟଣାରେ ଏହି କମ୍ପାନୀର ସଂପୃକ୍ତି ଥିବା ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୩ ବର୍ଷ ପାଇଁ NHAI ର କୌଣସି ଯୋଜନାରେ ଭାଗ ନେଇ ପାରିବ ନାହିଁ । ଏଥି ସହିତ ଅନ୍ୟ ୩ଟି କମ୍ପାନୀକୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଛି ।
ଏନଏଚ୍‌‌ଏଆଇରୁ ମିଳିଥିବା ତଥ୍ୟ ଅନୁସାରେ ପଶ୍ଚିମବଙ୍ଗର ଏନଏଚ ୩୪ର ଫରକ୍କାରୁ ରାଣୀଗଞ୍ଜ ପର୍ଯ୍ୟନ୍ତ ରାସ୍ତା ୪ ଲେନ କରାଯାଉଛି । ଏଥିପାଇଁ ଗଙ୍ଗା ନଦୀ ଉପରେ ଏକ ପୋଲ ନିର୍ମାଣ କରାଯାଉଛି । ଏହି ପୋଲ ଉପରେ ଏକ ଗାର୍ଡର ନିର୍ମାଣ କରାଯାଉଥିଲା । ହେଲେ ଫେବ୍ରୁୟାରୀ ୧୬ ତାରିଖ ଏହି ଗାର୍ଡ ଭାଙ୍ଗି ଯାଇଥିଲା ଏବଂ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ପରେ ଏହାର ତଦନ୍ତ କରାଯାଇଥିଲା ଏବଂ ଏଥିରେ ଚୀନର ଏହି କମ୍ପାନୀ ସଂପୃକ୍ତ ଥିବା ଜାଣିବାକୁ ମିଳିଥିଲା ।
ଏନଏଚ୍‌୍‌ଏଆଇର କହିବା ଅନୁଯାୟୀ, ଏହି କାମ କରୁଥିବା କୁଇଙ୍ଗଦାଓ କନ୍‌‌ଷ୍ଟ୍ରକ୍ସନ ଇଞ୍ଜିନିୟରିଂ ଗ୍ରୁପ୍‌ କମ୍ପାନୀ ଲିମିଟେଡ୍ ଏବଂ ଘରୋଇ କମ୍ପାନୀ ଆରକେଇସି ପ୍ରୋଜେକ୍ଟ ଲିମିଟେଡ୍‌ ମିଳିତ ଭାବେ ଆଗାମୀ ଦିନରେ କୌଣସି ଯୋଜନାରେ ଭାଗ ନେଇ ପାରିବେ ନାହିଁ ।
ବିଶେଷଜ୍ଞଙ୍କ କହିବା ଅନୁସାରେ ଘଟଣାର ଯାଞ୍ଚ ଏକ ବିଶେଷଜ୍ଞ କମିଟି କରୁଥିଲେ । ଯାଞ୍ଚ ପରେ ଜଣାପଡ଼ିଥିଲା, ଠିକାଦାର, ଡିଜାଇନ୍‌ କନ୍ସଲଣ୍ଟାଣ୍ଟଏବଂ ଲଞ୍ଚିଙ୍ଗ ଗାର୍ଡର ଡିଜାଇନ‌୍‌ଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆହୁରି ପଢ଼ନ୍ତୁ

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

You might also like