ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ପୁଣି ପ୍ରୟାସ, ଆଜି ବସିଛି କମାଣ୍ଡର ସ୍ତରୀୟ ବୈଠକ

ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିଛି ।  ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ ।

ପୂର୍ବରୁ ୨ ଦେଶ ମଧ୍ୟରେ ୮ ଥର ବୈଠକ ହୋଇସାରିଛି । କିନ୍ତୁ ଲଦାଖ ଉତ୍ତେଜନା ବାବଦରେ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ଶେଷଥର ପାଇଁ ନଭେମ୍ବର ୬ରେ ଉଭୟ ଦେଶ ମଧ୍ୟରେ ଲଦାଖ  ଠାରେ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ଦୀର୍ଘ ୬ ମାସ ହେଲାଣି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଲଦାଖର ତାପମାତ୍ରା ଏବେ -୩୦ ଡିଗ୍ରୀ ସେଲସିୟସ ରହିଛି  । ତଥାପି ସୀମାରେ ସୈନ୍ୟ ମୁତୟନ ଅଛନ୍ତି ।

ତେବେ ଶୀତ ବଢ଼ିବା ପରେ ଭୌଗଳିକ ସ୍ଥିତି ଦେଖି ଚୀନ ସେନା ପଛ ଘୁଞ୍ଚା ଦେଇଥିଲେ ବି ଭାରତର ବୀର ସୈନ୍ୟ ଏବେ ବି ସୀମାରେ ମୁତୟନ ରଖିଛନ୍ତି ।  ପ୍ରବଳ ଥଣ୍ଡା ସତ୍ତ୍ୱେ ବି ଭାରତ ସୈନ୍ୟ ସଂଖ୍ୟା ହ୍ରାସ କରାଯାଇ ନାହିଁ । ଥଣ୍ଡା ପାଇଁ ସୀମାରେ ହିଂସା ହେଉନଥିଲେ ବି ଉତ୍ତେଜନା ଲାଗିରହିଛି । କାରଣ କ୍ରମାଗତ ଭାବେ ପଡ଼ୋଶୀ ଚୀନ ଲଗାତାର ବିସ୍ତାରବାଦୀ ନୀତି ଜାରି ରଖିଥିବା ବେଳେ ଅନୁପ୍ରବେଶ ଉଦ୍ୟମ କରୁଛି । କିଛି ଦିନ ପୂର୍ବରୁ ଅରୁଣାଚଳ ପ୍ରଦେଶରେ ଚୀନର ଗାଁ ବସାଇବା ଘଟଣା ଜଣାପଡ଼ିବା ପରେ ଆଲର୍ଟରେ ଅଛନ୍ତି ଭାରତୀୟ ସେନା ।

ଗୋଟିଏ ପଟେ ପାକିସ୍ତାନ, ଅନ୍ୟପଟେ ଚୀନ । ଭାରତକୁ ଉଭୟ ଚୀନ ଓ ପାକିସ୍ତାନ ପଟୁ ବିପଦ ରହିଛି । ଉଭୟ ଶତ୍ରୁ ଦେଶ ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛନ୍ତି ।  ଗତକାଲି ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍‌ ସୀମାରୁ  ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ ଠାବ କରିଛନ୍ତି ବିଏସଏଫ୍ ଯବାନ୍ । ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ ।

You might also like