ସୀମାରେ ସୈନ୍ୟ ପ୍ରତ୍ୟାହାର ପାଇଁ ଆଜି ଭାରତ-ଚୀନ ମଧ୍ୟରେ ପଞ୍ଚମ ପାଳି ବୈଠକ

ନୂଆଦିଲ୍ଲୀ: ଗୋଗ୍ରା ଓ ପାଙ୍ଗୋଙ୍ଗ ଟିଏସ୍‌ଓ ଅଞ୍ଚଳରେ ସେନା ପ୍ରତ୍ୟାହାର ପାଇଁ ଆଜି ଭାରତ ଓ ଚାଇନା ମଧ୍ୟରେ ପଞ୍ଚମ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଏହି ଦୁଇ ଅଞ୍ଚଳରେ ଏପର୍ଯ୍ୟନ୍ତ ଦୁଇ ଦେଶ ସେନା ପ୍ରତ୍ୟାହାର କରିନାହାଁନ୍ତି।

ଏଥିପାଇଁ ଚାଇନା ତରଫରୁ ମୋଲଡୋରେ ଏହି ବୈଠକର ଆୟୋଜନ ହୋଇଛି। ପାଙ୍ଗୋଙ୍ଗ୍‌ ହ୍ରଦରେ ସୈନ୍ୟ ପ୍ରତ୍ୟାହାର ଘଟଣା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ସୂଚନା ରହିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ ଫିଙ୍ଗର ୫ ଓ ୮ ମଧ୍ୟରେ ଚାଇନା ତାର ସେନା ମୁତୟନ କରିଛି। ସେହିଭଳି ଗୋଗ୍ରା ଅଞ୍ଚଳର ପଏଣ୍ଟ ୧୭Aରେ ମଧ୍ୟ ସୈନ୍ୟ ପ୍ରତ୍ୟାହାର ହୋଇନାହିଁ। ତେଣୁ ପଞ୍ଚମ ପାଳି ବୈଠକରେ ଏ ବିଷୟରେ ବି ଆଲୋଚନା ହୋଇପାରେ।

ପୂର୍ବରୁ ଜୁଲାଇ ୧୪ରେ ମଧ୍ୟ ଏସମ୍ପର୍କରେ ଆଲୋଚନା କରିବା ପାଇଁ ଉଭୟ ପକ୍ଷରୁ ବୈଠକ ବସିଥିଲା। କିନ୍ତୁ ସେଥିରେ କିଛି ସୁଫଳ ମିଳିନଥିଲା। ଉଭୟ ଦେଶ ପରସ୍ପରର ସୈନ୍ୟ ପ୍ରତ୍ୟାହାର କଲେ ନାହିଁ। ଏବେ ଆଜି ପୁଣି ଏକ ବୈଠକ ବସିବ।

ପାଙ୍ଗୋଙ୍ଗରେ ସୈନ୍ୟ ପ୍ରତ୍ୟାହାର ନେଇ ଚାଇନା ଏପର୍ଯ୍ୟନ୍ତ ଚୁପ୍ ରହିଥିବା ବେଳେ ବେଳେ ଗଲୱାନ, ହଟ୍‌ସ୍ପ୍ରିଙ୍ଗ ଏବଂ ଗୋଗ୍ରା ଅଞ୍ଚଳରେ ସୈନ୍ୟ ଉଠାଇ ନିଆଯାଇଥିବା ସୂଚନା ଦେଇଥିଲା। ଏ ନେଇ ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ସୂଚନା ଦେଇଥିଲେ। କିନ୍ତୁ ଗୋଗ୍ରା ଓ ପାଙ୍ଗୋଙ୍ଗ ଲେକ୍‌ ଅଞ୍ଚଳରେ ଏବେବି ସୈନ୍ୟ ହଟିନଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like