ତବ୍‌ଲିଗୀ ଜମାତ ଲିଙ୍କ୍ ନେଇ କଳା ତାଲିକାଭୁକ୍ତ ହେଲେ ୯୬୦ ବିଦେଶୀ

ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ତବଲଗି ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କୁ କଳା ତାଲିକା ଭୁକ୍ତ ଘୋଷଣା କଲେ କେନ୍ଦ୍ର ସରକାର। ଟୁରିଷ୍ଟ ଭିସାରେ ଭାରତ ଆସିଥିବା ଏହି ବିଦେଶୀ ନାଗରିକମାନେ ତବଲିଗ୍ ଜମାତ କାର୍ଯ୍ୟକ୍ରମ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ କେନ୍ଦ୍ର ଗୃହ ମନ୍ତ୍ରାଳୟ।

ଏ ନେଇ ଦେଶର ସମସ୍ତ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଉଲ୍ଲଂଘନ କରିଥିବା ଏହି ବିଦେଶୀ ନାଗରିକଙ୍କ ବିରୋଧରେ ଫରେନର ଆକ୍ଟ ୧୯୪୬ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମଏଚଏ ନିର୍ଦ୍ଦେଶ ଦେଇଛି।

ଏମାନେ ସମସ୍ତେ ପର୍ଯ୍ୟଟକ ଭିସାରେ ଆସି ପର୍ଯ୍ୟଟନ ନାମରେ ଧର୍ମ ପ୍ରଚାର ବା ମିଶନାରୀ ଉଦ୍ଦିଷ୍ଟ ‘ତବଲିଗି ଜମାତ’ ସମ୍ମିଳନୀରେ ଯୋଗ ଦେଇଥିଲେ। ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରି ପ୍ରାୟ ୨୦୦୦ ଲୋକ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଥିବା ଏକ ମସଜିଦ୍‌ରେ ଅଟକି ରହିଥିଲେ। ଏହି କାର୍ଯ୍ୟକ୍ରମ ପରେ ଭୟାନକ ରୂପ ନେଇଛି। ମରଣାନ୍ତକ ଭାଇରସ୍‌ ‘କରୋନା’ର ହଟ୍‌ସ୍ପଟ୍‌ ପାଲଟିଛି ଏହି ସ୍ଥାନ।

ଏମାନେ ଶହ ଶହ ସଂଖ୍ୟାରେ ତବଲିଗି ଜମାତ ଆୟୋଜିତ ମର୍କାଜ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ ମାର୍ଚ୍ଚ ମାସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ଲୋକେ ପ୍ରଥମେ କରୋନା ଭଳି ଲକ୍ଷଣ ଦେଖାଇଥିଲେ। ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବେଶ କିଛି ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ବେଶ କିଛି ଜଣ ନିଜ ନିଜ ରାଜ୍ୟକୁ ଚାଲି ଯାଇଥିବାରୁ ସେମାନଙ୍କୁ ଖୋଜା ଚାଲିଛି।

ଏହା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଟ୍ୱିଟ୍‌ କରି କହିଛନ୍ତି, “ପର୍ଯ୍ୟଟକ ଭିସାରେ ତବଲିଗି ଗତିବିଧିରେ ସାମିଲ ଥିବା ଜଣାପଡ଼ିବା ପରେ ୯୬୦ ବିଦେଶୀଙ୍କୁ କଳା ତାଲିକା ଭୁକ୍ତ କରାଯାଉଛି। ଏଥିସହିତ ସେମାନଙ୍କ ଭାରତୀୟ ଭିସା ରଦ୍ଦ କରାଯାଉଛି।

You might also like