୫୫ ବର୍ଷ ପରେ ଭାରତ-ବାଙ୍ଗାଲାଦେଶ ମଧ୍ୟରେ ଚାଲିବ ଟ୍ରେନ

ନୂଆଦିଲ୍ଲୀ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । କାରଣ ୫୫ ବର୍ଷ ପରେ ପୁଣି ଥରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଚାଲିବ ରେଳ ସେବା ।  ମିଳିଥିବା ସୂଚନା ଅନୁସାରେ,  ୧୭ ଡିସେମ୍ବର ପଶ୍ଚିମ ବଙ୍ଗର ସୀମା ଓ ପଡୋଶୀ ବାଙ୍ଗାଲାଦେଶ ମଧ୍ୟରେ ରେଳ ମାର୍ଗର ଉଦଘାଟନ କରିବେ ମୋଦି । ତେବେ ଏନେଇ ସୂଚନା ଦେଇଛନ୍ତି ଉତ୍ତର-ପୂର୍ବ ରେଳ ଅଧିକାରୀ ।

1965 ମସିହାରେ ଭାରତ ଏବଂ ତା’ପରେ ପୂର୍ବ ପାକିସ୍ଥାନ ମଧ୍ୟରେ ରେଳ ସଂଯୋଗ ଭାଙ୍ଗିବା ପରେ କୋଚ ବେହେରାର ହାଲଡିବାରୀ ଠାରୁ ଉତ୍ତର ବାଂଲାଦେଶର ଚିଲହାଟି ପର୍ଯ୍ୟନ୍ତ ରେଳ ଲାଇନ ଖରାପ ହୋଇଯାଇଥିଲା। ଏନଏଚଆର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି ଯେ, ଡିସେମ୍ବର 17 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ  ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ହାଲଡିବାରୀ-ଚିଲହାଟୀ ରେଳ ମାର୍ଗକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଚିରହାଟୀରୁ ହାଲଡିବାରୀ ପର୍ଯ୍ୟନ୍ତ ପ୍ରଥମେ ଏକ ମାଲବାହୀ ଟ୍ରେନ୍ ଚଳାଚଳ କରିବ। କଭିହାର ଡିଭିଜନାଲ ରେଲୱେ ମ୍ୟାନେଜର ରବିନ୍ଦ୍ର କୁମାର ଭର୍ମା କହିଛନ୍ତି ଯେ ରେଳ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ରେଳ ମାର୍ଗ ଖୋଲିବା ନିଷ୍ପତ୍ତି ସମ୍ପର୍କରେ ଅଧିକାରୀମାନଙ୍କୁ ସୂଚନା ଦେଇଛି।

ତେବେ ଜଣାଯାଇଛି ଯେ, ଅନ୍ତର୍ଜାତୀୟ ସୀମାଠାରୁ  ହାଲଡିବାରୀ ରେଳ ଷ୍ଟେସନ ମଧ୍ୟରେ ମୋଟ ଦୂରତା ୪.୫ କିଲୋଇଟର ଥିବା ବେଳେ ବାଂଲାଦେଶର ଚିଲହାଟୀର ଦୂରତା ଜିରୋ ପଏଣ୍ଟଠାରୁ 7.5 କିଲୋମିଟର ରହିଛି । ତେବେ ବର୍ତ୍ତମାନର ବାଂଲାଦେଶର ଅଞ୍ଚଳ ଦେଇ ସିଲିଗୁରୀ ଏବଂ କୋଲକାତା ମଧ୍ୟରେ ଥିବା ପୁରୁଣା ବ୍ରଡ ଗେଜ୍ ରେଳ ମାର୍ଗରେ ଉଭୟ ହାଲଡିବାରୀ ଏବଂ ଚିଲହାଟି ଷ୍ଟେସନ ଥିଲା |

ଏହି ମାର୍ଗରେ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବା ସହିତ କୋଲକାତା ଠାରୁ ଜଲପାଇଗୁରୀ ଯାଉଥିବା ଲୋକଙ୍କୁ ମାତ୍ର ସାତ ଘଣ୍ଟା ଲାଗିବ | ଏହା ପୂର୍ବରୁ ଏହା ୧୨ ଘଣ୍ଟା ଲାଗୁଥିଲା ତେଣୁ ବର୍ତ୍ତମାନ ସମୟରେ ୫ ଘଣ୍ଟା ସମୟ ବଳିବ |

You might also like