ଭୁଲରେ ଭାରତ ସୀମାକୁ ପଶି ଆସିଥିଲା ପାକିସ୍ତାନ ନାବାଳକ, ଚକୋଲେଟ ଦେଇ ଫେରାଇ ଦେଲେ ଯବାନ

ଉଦାର ଭାରତୀୟ ବୀର

ଉତ୍ତେଜନା ଭିତରେ ମଧ୍ୟ ମାନବିକତାର ପରିଚୟ ଦେଲେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ଭାରତୀୟ ବୀର । ଭୁଲବଶତଃ ପାକିସ୍ତାନର ଆଠ ବର୍ଷର ନାବାଳକ ରାଜସ୍ଥାନର ବାଡ଼ମେର ସୀମା ପାର କରି ଭାରତକୁ ଚାଲିଆସିଥିଲା । ଘରକୁ ଫେରୁଥିବା ଚିନ୍ତା କରି ପାକିସ୍ତାନ ବଦଳରେ ଭାରତରେ ପହଞ୍ଚିଯାଇଥିଲା । ଆଉ ସୀମାରେ ମୁତୟନ ଥିବା ଯବାନଙ୍କୁ ଦେଖି ଭୟରେ କାନ୍ଦିବାରେ ଲାଗିଥିଲା। ତେବେ ଯବାନମାନେ କୁନି ପୁଅକୁ ଦେଖି ତାକୁ ଆଦର କରିଥିଲେ । ଏବଂ ତାର କାନ୍ଦ ବନ୍ଦ କରିବାକୁ ଚକୋଲେଟ୍ ଦେବା ସହ ପାକିସ୍ତାନ ରେଞ୍ଜର୍ସଙ୍କ ସହ ମିଟିଂ କରି ନାବାଳକକୁ ହସ୍ତାନ୍ତର କରି ଦେଇଛନ୍ତି ।

ଗତ ଶୁକ୍ରବାର ୮ ବର୍ଷର ଜଣେ ପାକିସ୍ତାନୀ ନାବାଳକ ରାଜସ୍ଥାନର ବାରମେର ଅଞ୍ଚଳ ଦେଇ ସୀମା ଅତିକ୍ରମ କରି ଭାରତୀୟ ସୀମାକୁ ଚାଲିଆସିଥିଲା। ବିଏସଏଫ ଗୁଜୁରାଟ ସୀମାନ୍ତ ଡେପୁଟି ଇନ୍ସପେକ୍ଟର ଜେନେରାଲ ଏମ.ଏଲ୍ ଗର୍ଗଙ୍କ କହିବା ଅନୁସାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୨୦ ସମୟରେ ଘରର ରାସ୍ତା ଭୁଲି ଅଜାଣତରେ ଘରକୁ ଯାଉଥିବା ଭାବି ବିଏସଏଫର ୮୩ ତମ ବାଟାଲିୟନ ୮୮୮/୨-S ସୀମା ନିକଟରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିଲା। ତେବେ ବିଏସ୍ଏଫ୍ ଯବାନମାନେ ତାଙ୍କୁ ଧରିବା ପରେ ଭୟଭୀତ ହୋଇ କାନ୍ଦିବାକୁ ଲାଗିଥିଲା । ତେବେ ତା’ର କାନ୍ଦ ବନ୍ଦ କରିବାକୁ ଭାରତୀୟ ବୀରମାନେ ତାକୁ ଚେରି, ଚକୋଲେଟ୍ ଏବଂ ବିସ୍କୁଟ ପରି ଅନେକ ଖାଦ୍ୟଦ୍ରବ୍ୟ ଦେଇ ପ୍ରଥେମ ତାକୁ ଶାନ୍ତ କରିଥିଲେ । ପରେ ନାବାଳକକୁ ନାଁ, ବାପାଙ୍କ ନାଁ ଏବଂ ଘର ଠିକଣା ପଚାରିଥିଲେ । ପଚରାଉଚରା ବେଳେ ପିଲାଟି ନିଜ ନାଁ କରିମ ​​ଏବଂ ସେ ନାଗର ପାରକର ବାସିନ୍ଦା ବୋଲି କହିଥିଲା ।

ତେବେ ପିଲାଟିକୁ ପାଇବା ପରେ ବିଏସ୍ଏଫ୍ ସେନାକୁ ସୂଚନା ଦେଇଥିଲା। ଭାରତୀୟ ସେନାର ଅଧିକାରୀମାନେ ପାକ୍ ରେଞ୍ଜର୍ସଙ୍କ ସହ ପ୍ଲାଗ୍‌ ମିଟିଂ କରି ନାବାଳକା ଭୁଲରେ ଭାରତ ସୀମାକୁ ପଳାଇ ଆସିଥିବା କଥା ସୂଚନା ଦେଇଥିଲେ । ଆଉ ତା’ ପରେ ରାତି ପ୍ରାୟ ୭ଟା ୧୫ରେ ପିଲାଟିକୁ ପାକିସ୍ତାନୀ ସେନାଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ ଏହା ପ୍ରଥମ ଥର ନୁହେଁ, ଭାରତ ଅନେକ ସମୟରେ ଏପରି ଉଦାରତା ଦେଖାଇଛି । ଅନ୍ୟପଟେ ପଡ଼ୋଶୀ ଦେଶ କିନ୍ତୁ ଭାରତୀୟ ସୀମା ଅତିକ୍ରମ କରି ଚାଲିଯାଉଥିବା ଲୋକଙ୍କୁ ପାକିସ୍ତାନ ବନ୍ଦୀ କରି ରଖୁଛି । ୨୦୨୦ ନଭେମ୍ବର ମାସରେ ବାଡ଼ମେର ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବକ ଗେମାରାମ ମେଘୱାଲ ଅଜାଣତରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପାକିସ୍ତାନ ଚାଲିଯାଇଥିଲେ। ପାକିସ୍ତାନ ଏ ପର୍ଯ୍ୟନ୍ତ ତାଙ୍କୁ ଭାରତକୁ ହସ୍ତାନ୍ତର କରିନାହିଁ। ବିନା ଦୋଷରେ ଯୁବକଙ୍କୁ ବନ୍ଦୀ ଜୀବନ କାଟୁଛନ୍ତି ।

You might also like