ଭାରତ ବିରୋଧରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଚୀନ୍‌ ଉପରେ ବର୍ଷିଲା ଆମେରିକା

ନୂଆଦିଲ୍ଲୀ: LACରରେ ଉତ୍ତେଜନାକୁ ନେଇ ଚୀନ ଉପରେ ବର୍ଷିଛି ଆମେରିକା। ଏକଛତ୍ରବାଦୀ ଶାସକ ହିଁ ଏଭଳି ଆଚରଣ ଦେଖାନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି। ଏଲଏସିରେ ସୈନ୍ୟ ମୁତୟନ ହେଉ, କି ହଂକଂରେ ଚୀନ ସେନାର ବଳ ପ୍ରୟୋଗ କିମ୍ବା ଦକ୍ଷିଣ ଚୀନ୍ ସାଗରରେ ସାମରିକ ଶକ୍ତି ବୃଦ୍ଧି ନିକଟରେ କମ୍ୟୁନିଷ୍ଟ ଶାସକଙ୍କ ଆଚରଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

'Increasing China Forces Moved Up To North Of India On LAC': Mike Pompeo

ସେହିପରି ଭାରତ ବିରୋଧରେ ଚୀନରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଆମେରିକା ବୈଦେଶିକ ବ୍ୟାପାର ହାଉସ କମିଟି ମୁଖ୍ୟ ଇଲିଅଟ୍ ଇଂଜେଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପଟେ ଉଦ୍ଭାବକ ଚୀନ ନିର୍ମିତ ସାମଗ୍ରୀ ବର୍ଜନ ଲାଗି ଉଦଭାବକ ସୋନମ ୱାଙ୍ଗଚୁକ ଦେଇଥିବା ଆହ୍ୱାନକୁ ସୋସିଆଲ ମିଡିଆରେ ବିପୁଳ ସମର୍ଥନ ମିଳୁଛି।

Defence Minister Rajnath Singh To First Time Lawmakers: Avoid Tall ...

ଭାରତକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ନେଇ ଚୀନ୍ କମ୍ୟୁନିଷ୍ଟ ଶାସକଙ୍କ ଅଭିମୁଖ୍ୟକୁ ସମାଲୋଚନା କରିଛି ଆମେରିକା। ସାରା ବିଶ୍ୱକୁ ବିପଦ ମୁହଁକୁ ଠେଲି ଦେଇଥିବା କରୋନା ଭୁତାଣୁ କେମିତି ବ୍ୟାପିଲା ତାର ତତନ୍ତରେ ସହଯୋଗ ନକରି ଚୀନ ସୀମାରେ ସୈନ୍ୟ ମୁତୟନକୁ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି ଆମେରିକାର ବୈଦେଶିକ ବ୍ୟାପର ସଚିବ ମାଇକ୍ ପମ୍ପିଓ।

Chinese Foreign Ministry spokesman Zhao Lijian

ହଂକଂରେ ଲୋକଙ୍କ ସ୍ୱତନ୍ତ୍ରତା ହରଣ ହେଉ କି ଦକ୍ଷିଣ ଚୀନ ସାଗରରେ ସାମରିକ ଶକ୍ତି ବୃଦ୍ଧି ବା LACରେ ସୈନ୍ୟ ମୁତୟନ କିଛି ଦିନ ହେଲା ଚୀନର ଆଚରଣ ଏକଛତ୍ରବାଦୀ ଶାସନର ଚରିତ୍ରକୁ ଉଜାଗର କରୁଛି ବୋଲି ପମ୍ପିଓ କହିଛନ୍ତି। ତେବେ ଚୀନର ଆଚରଣ ସାରା ବିଶ୍ୱକୁ ପ୍ରଭାବିତ କରୁଛି ଓ ଆମେରିକା ଚୁପ୍ ବସିବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଚୀନର ଉଗ୍ର ଚରିତ୍ରକୁ ପ୍ରତିହତ କରିବା ଆମେରିକାର ଦାୟିତ୍ୱ ଓ ଏଥିଲାଗି ଆମ ନିକଟରେ ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ସେହିପରି ଚୀନ୍‌ର ଅନ୍ତର୍ଜାତୀୟ ନିୟମକୁ ଉପେକ୍ଷା କରି ପଡୋଶୀ ରାଷ୍ଟ୍ରଙ୍କୁ ନାଲି ଆଖି ଦେଖାଉଥିବା କହିଛନ୍ତି ଆମେରିକା ବୈଦେଶିକ ବ୍ୟାପାର ହାଉସ କମିଟି ମୁଖ୍ୟ ଏଲିଅଟ ଏଞ୍ଜେଲ। ଚାପ ପ୍ରୟୋଗ ବଦଳରେ ଅନ୍ତର୍ଜାତୀୟ ନିୟମ ଅନୁସାରେ ବିବାଦର ସମାଧାନ ଲାଗି ସେ ଚୀନ୍‌କୁ ପରାମର୍ଶ ଦେଇଛନ୍ତି।

File image of soldiers of the Indian Army and China's People's Liberation Army | Photo: ANI

ଏପଟେ ସୀମାରେ ଦାଦାଗିରିକୁ ନେଇ ଦେଶରେ ବି ଚୀନ୍ ବିରୋଧୀ ମନୋଭାବ ଜୋର ଧରୁଛି। ଅମୀର ଖାନଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ଥ୍ରୀ ଇଡିଅଟ୍‌ର ପ୍ରକୃତ ହିରୋ ଉଦ୍ଭାବକ ସୋନମ ଓ୍ୱାଙ୍ଗଚୁକ୍ ଚୀନ ସାମଗ୍ରୀ ବର୍ଜନ ପାଇଁ ଦେଇଥିବା ଆହ୍ୱାନକୁ ସୋସିଆଲ ମିଡିଆରେ ବିପୁଳ ସମର୍ଥନ ମିଳୁଛି। କରୋନା ମହାମାରୀକୁ ନେଇ ନିଜ ବିଫଳତା ଲୁଚାଇବା ପାଇଁ ଚୀନ୍ ଏଭଳି ସୁଆଙ୍ଗ କରୁଥିବା ସେ କହିଛନ୍ତି। ତେବେ ଗୁଳିରେ ନୁହେଁ, ଯେଉଁଠି ମାଡ଼ କଲେ ସବୁଠୁ ଅଧିକ କାଟିବ ଅର୍ଥାତ୍ ଚୀନ୍ ଅର୍ଥନୀତିକୁ ଟାର୍ଗେଟ କରିବା ଲାଗି ଦେଶବାସୀଙ୍କୁ କହିଛନ୍ତି ଓ୍ୱାଙ୍ଗଚୁକ୍। ଅର୍ଥନୀତି ବିଗିଡିଲେ ଚୀନ୍ ଭିତରରୁ ହିଁ ବିଦ୍ରୋହର ସ୍ୱର ଶୁଭିବ ବୋଲି ସେ କହିଛନ୍ତି।

ମାସେରୁ ଅଧିକ କାଳ ହେବ ଲଦାଖ ଓ ସିକ୍କିମ ସୀମାରେ ଉତ୍ତେଜନା ଲାଗି ରହିଛି। ଚୀନ୍ ସୈନ୍ୟ ବାରମ୍ବାର ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ଦ୍ୱାରା ମୁହାଁମୁହିଁ ପରିସ୍ଥିତି ସୁଷ୍ଟି ହୋଇଛି। ଏହାକୁ ନେଇ ଉଭୟ ଦେଶ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ଅସ୍ତ୍ରଶସ୍ତ୍ର ମୁତୟନ କରୁଛନ୍ତି। ତେବେ ସୀମାରେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ଚୀନ୍ କହିଛି ଅନ୍ୟପକ୍ଷରେ ଦେଶର ଆତ୍ମ ସମ୍ମାନ ସହ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଦେଇଛନ୍ତି।

You might also like