କରୋନା ନାହିଁ ବୋଲି କହି ବାପାଙ୍କୁ ଡିସ୍‌ଚାର୍ଜ କରିଥିଲେ, କିନ୍ତୁ ୨୪ ଘଣ୍ଟା ପରେ ଫୋନ୍‌ ଆସିଲା ସେ ପଜିଟିଭ୍

କୋଲକାତା: ରାଜ ଗୁପ୍ତା ନାମକ ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ଡାକ୍ତରଖାନାରୁ ଏକ ଆମ୍ବୁଲାନ୍ସ ଆସିଛି, ତାଙ୍କ ବାପାଙ୍କୁ ନେବା ପାଇଁ। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ବାପା ଓ ପ୍ରକାଶଙ୍କୁ୨୪ଘଣ୍ଟା ପୂର୍ବରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତୁମ ବାପା କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିନ୍ତୁ କିଛି ସମୟ ପରେ ରାଜଙ୍କୁ ମେଡିକାଲରୁ ଫୋନ୍‌ ଆସିଥିଲା ଯେ , ତୁମ ବାପାଙ୍କର କରୋନା ପରୀକ୍ଷାରେ କିଛି ଭୁଲ ହୋଇଥିଲା। କିନ୍ତୁ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଦ୍ୱିତୀୟ ଥର ପାଇଁ ରାଜ ଯେତେବେଳେ ତାଙ୍କ ବାପାଙ୍କୁ ମେଡିକାଲ ନେଇଥିଲେ, ସେହି ସମୟରେ ବାପାଙ୍କରଏକ ଭିଡିଓ କରିଥିଲେ। ପରେ ତାଙ୍କ ବାପା ଆଉ ଫେରି ନଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବାର ୧୨ ଘଣ୍ଟା ମଧ୍ୟରେ ଓମ୍‌ ପ୍ରକାଶଙ୍କର ମୃତ୍ୟୁ ହୋଇଥିଲା।

ରାଜ ଗୁପ୍ତା କହିଛନ୍ତି, ‘ମୋ ବାପା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବାପାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।  ଏନେଇ ମେଡିକାଲର କତ୍ତୃପକ୍ଷ ସୂଚନା ଦେଇଥିଲେ।

ତାପର ଦିନ ମେଡିକାଲରୁ ଫୋନ୍‌ ଆସିଥିଲେ ଯେ ତମ ବାପାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଆପଣ ତାଙ୍କୁ ଘରକୁ ନେଇଯାଆନ୍ତୁ। ବାପାଙ୍କର ଡିସଚାର୍ଜ ସାର୍ଟିଫିକେଟ୍‌ରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ସେ କରୋନାରେ ନେଗେଟିଭ୍‌ ଅଛନ୍ତି। ପରେ ସ୍ୱାସ୍ଥ୍ୟବିଭାଗରୁ ଫୋନ୍‌ ଆସିଥିଲା ଯେ ତୁମ ବାପା କରୋନାରେ ପଜିଟିଭ ଅଛନ୍ତି। ରାଜ କହିଛନ୍ତି ଯେ‘ ମୋ ବାପା ନିଜ ପାଦରେ ଚାଲୁଥିଲେ, ସେ କେମିତି ମରିବେ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଚିକିତ୍ସାରେ ଅବେହଳା କରାଯାଇଛି। ମୋ ବାପାଙ୍କୁ ମାରି ଦିଆଯାଇଛି। ମତେ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଉତ୍ତର ଦରକାର। ଆମ ପରିବାରକୁ କ୍ଷତିପୂରଣ ଦିଆଯିବା ଉଚିତ୍।

ଏହି ଘଟଣାଟିର ତଦନ୍ତ ପାଇଁ  ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ମୃତ ବ୍ୟକ୍ତିଙ୍କ ପରିବାରର ଲୋକଙ୍କୁ ମେ ୩ରେ କରୋନା ଟେଷ୍ଟ କରାଯିବ। ଗତ ସପ୍ତାହରେ ଓମ ପ୍ରକାଶକୁ ଜ୍ୱର ଓ କାଶ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

You might also like