ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ

ନୂଆଦିଲ୍ଲୀ:ଆୟକର ଦାତାଙ୍କ ପାଇଁ ଖୁସି ଖବର। ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଏହିି ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି ।

ଅନ୍ୟପକ୍ଷରେ ଆଧାର ସହ ପାନ୍ କାର୍ଡର ଲିଙ୍କକୁ ମଧ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।  ସେହିପରି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଟ୍ୟାକ୍ସ ଅଡିଟ୍ ରିପୋର୍ଟ ଦାଖଲ କରିହେବ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ ମେ’ ୧୩ ତାରିଖରେ ଆୟକର ରିଟର୍ଣ୍ଣ ଦାଖଲର ସମୟସୀମାକୁ ବୃଦ୍ଧି ନେଇ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

 

You might also like