‘ରାମ ମନ୍ଦିର ଭୂମି ପୂଜା ପାଇଁ ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତ ଅଶୁଭ’

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ। ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତକୁ ଅଶୁଭ ବୋଲି ସେ ଦର୍ଶାଇଛନ୍ତି। ଶ୍ରୀରାମଙ୍କ ମନ୍ଦିର ସଠିକ ଭାବେ ନିର୍ମାଣ ହେଉ ଏବଂ ଭୂମି ପୂଜନ ଶୁଭ ବେଳାରେ ହେଉ ବୋଲି ସେ କହିଛନ୍ତି।

ତାଙ୍କୁ ରାମ ମନ୍ଦିର ଟ୍ରଷ୍ଟିରେ କୌଣସି ପଦ ପଦବୀ ଦରକାର ନଥିବା ମଧ୍ୟ ସେ କହିଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୨ ଟା ୧୫ ମିନିଟ୍ ୧୫ ସେକେଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭୂମି ପୂଜା ହେବ। ଭୂମି ପୂଜନ ପାଇଁ ୧୨ ଟା ୧୫ ମିନିଟ୍ ୧୫ ସେକେଣ୍ଡରୁ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଥିବା ମନ୍ଦିର ଟ୍ରଷ୍ଟିଙ୍କ ପକ୍ଷରୁ କୁହାଯାଇଛି। ଏହି ୩୨ ସେକେଣ୍ଡ ମଧ୍ୟରେ ସ୍ୱତନ୍ତ୍ର ସିଦ୍ଧି ଯୋଗ ମୁହୂର୍ତ୍ତ ପ୍ରସ୍ତୁତ ହୋଇଛି।

ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ଏହି ଶୁଭ ବେଳାରେ ଜନ୍ମ ହୋଇଥିଲେ। ଏଥିପାଇଁ ମନ୍ଦିରର ଭୂମିପୂଜା ଲାଗି ଏହି ସ୍ୱତନ୍ତ୍ର ବେଳାକୁ ଚୟନ କରାଯାଇଥିବା କୁହାଯାଉଛି। ଅନ୍ୟପଟେ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଅଯୋଦ୍ଧ୍ୟାର କିଛି ସନ୍ଥ।

ଅନ୍ୟପଟେ ମନ୍ଦିରର ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। କାରଣ ୧୯୮୮ରେ କରାଯାଇଥିବା ଡିଜାଇନ୍ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ଡିଜାଇନ୍ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚ ହେବାକୁ ଯାଉଛି। ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like