ଅଜବ ଶିଶୁ ! ଆଖି, କାନ ନାହିଁ ହେଲେ ଦେହରେ ରହିଛି ଏମିତି ଚିହ୍ନ

ହାଓଡ଼ା: ପଶ୍ଚିମବଙ୍ଗର ହାୱାଡ଼ାରେ ଜନ୍ମ ନେଇଥିବା ଏକ ଅଜବ ଶିଶୁକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହି ଅଜବ ଶିଶୁର ଫଟୋ ତ ଆମ ଦେଖାଇ ପାରିବୁନି। ତେବେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଶିଶୁଟିର ଆଖି ନାହିଁ କି କାନ ନାହିଁ । ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ଏକ ବିରଳ ରୋଗୀରେ ଆକ୍ରାନ୍ତ। ଡାକ୍ତରୀ ବିଦ୍ୟାରେ ଏହି ରୋଗକୁ Harlequin Ichthyosis କୁହାଯାଇଥାଏ।  ଏହି ରୋଗରେ ପୀଡିତ ଶିଶୁର ସମଗ୍ର ଶରୀରରେ ଏକ ମୋଟା ଚର୍ମ ସ୍ତର ଦେଖାଯାଏ |

ତେଣୁ, ଶିଶୁର ଶରୀରରେ ଆଖି କିମ୍ବା କାନ ବିକଶିତ ହୋଇ ପାରିନାହିଁ | ଏହା ସହିତ ଶିଶୁର ଶରୀରରେ ଏପରି ଚିହ୍ନ ଦେଖିବାକୁ , ମିଳିଛି ଯେପରି କେହି ଛୁରୀରେ ତାର ଚର୍ମକୁ ଚିରି ଦେଇଛି |

The Free Press journalରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କମଲଙ୍କ ତତ୍ତ୍ୱାବଧାନରେ ଏହି ମହିଳାଙ୍କ ପ୍ରସବ କରାଯାଇଥିଲା। ସେ କହିଛନ୍ତି ଯେ ନାସୋଗାଷ୍ଟ୍ରିକ୍ ଟ୍ୟୁବ୍ ବ୍ୟବହାର କରି ପିଲାକୁ ଖାଇବାକୁ ଦେବା ଉଦ୍ୟମ ବିଫଳ ହୋଇଛି। ସେ କହିଛନ୍ତି, ଶିଶୁଟିର ଅନେକ ଜନ୍ମଗତ ରୋଗ ରହିଛି। ଡାକ୍ତରଙ୍କ କହିବା ଅନୁଯାୟୀ ଏହା ମହିଳାଙ୍କ ପଞ୍ଚମ ଗର୍ଭଧାରଣ ଥିଲା।

ତାଙ୍କର ପୂର୍ବରୁ ତିନୋଟି ସନ୍ତାନ ଅଛନ୍ତି।  ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ମହିଳା ଜଣକ ଉକ୍ତ ଡାକ୍ତରଙ୍କ ପାଖକୁ ଆସିଥିଲେ।  ଚିକିତ୍ସା ପରେ ତାଙ୍କ ପେଟରେ ବହୁତ ଫୁଲା ଥିବାରୁ ସିଟି ସ୍କାନ କରାଯାଇଥିଲା। ତେବେ ସେଥିରୁ କିଛି  ଚିହ୍ନଟ ହୋଇପାରି ନ ଥିଲା।

ଡକ୍ଟର କମଲଙ୍କ ଅନୁଯାୟୀ, ପରେ ସେ ଜାଣିବାକୁ ପାଇଲେ ଯେ ମହିଳାଙ୍କ Amniotic ବ୍ୟାଗ ଚାରି ପାଖରେ ଆଉ ଏକ ବ୍ୟାଗ ଦେଖିବାକୁ ମିଳୁଛି। ଏହା କିଛି କ୍ଲଟିଙ୍ଗ ହୋଇପାରେ ବୋଲି ସେ ଭାବିଥିଲେ। ଯାହା ବି ହେଉ , ଏହି ରୋଗ ଏକ ବିରଳ ରୋଗ ଏବଂ ବିଶ୍ୱର ବହୁ କମ୍‌ ଲୋକ ଏପରି ରୋଗରେ ଆକ୍ରନ୍ତ ହୋଇଥାନ୍ତି। ସାରା ବିଶ୍ୱରେ ମାତ୍ର ୨୦୦ରୁ ୨୫୦ ଏପରି ମାମଲା ସାମ୍ନାକୁ ଆସିଛି। ଏହାପୂର୍ବରୁ ଭାରତରେ ମହାରାଷ୍ଟ୍ରର ଦିଲ୍ଲୀ, ପାଟନା ଏବଂ ନାଗପୁରରୁ ଏଭଳି ମାମଲା ଆସିଛି।

 

GET APP

 

You might also like