ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ଆକ୍ରମଣ ପଣ୍ଡ

ଶ୍ରୀନଗର: ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ଆକ୍ରମଣ ପଣ୍ଡ ହୋଇଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ଜୈସ-ଏ-ମହମ୍ମଦର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ୨ଜଣ ପୁଲିସ୍ ମଧ୍ୟ ଆହତ ହୋଇଛନ୍ତି।

ଆତଙ୍କବାଦୀମାନେ ଶ୍ରୀନଗରରେ ପାଳନ ହେଉଥିବା ସାଧାରଣତନ୍ତ୍ର ଦିବସରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍‌କର୍ମୀ, ଜମୁ-କଶ୍ମୀରର ଏସ୍‌ଓଜିଓ ସିଆର୍‌ପିଏଫ୍‌ ମିଳିତ ଭାବେ ଖୋନମୋହ ଅଞ୍ଚଳରେ ଅପରେଶନ ଆରମ୍ଭ କରିଥିଲେ।

ଚାରିପଟୁ ସୁରକ୍ଷାକର୍ମୀ ଘେରିଯିବା ପରେ ଆତଙ୍କବାଦୀମାନେ ଆଗୁଆ ଗୁଳି ଚଳାଇଥିଲେ। ଯାହାର ଜବାବ ଦେଇଥିଲେ ଯବାନ। ଏଥିରେ ଦୁଇ ଆତଙ୍କବାଦୀ ନିହତ ହେବା ସହିତ ତାଙ୍କଠାରୁ ଦୁଇଟି ଏକେ-୪୭ ରାଇଫଲ୍‌ ସହିତ ଗୋଳାବାରୁଦ ଜବତ ହୋଇଛି।

You might also like