ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ

ଅମୃତସର: ପଞ୍ଜାବର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିଲା କି ନାହିଁ, ତା’ର ପରୀକ୍ଷା କରାଯାଇଥିଲା

ପରୀକ୍ଷା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚର ନିର୍ଦ୍ଦେଶକ ଜଗତା ରାମ କହିଛନ୍ତି, “ବୁଧବାର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।  ତାଙ୍କର ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିସହ ସେ ଉଚ୍ଚ ରକ୍ତ ଚାପ ଓ ମଧୁମେହ ରୋଗରେ ବି ପୀଡ଼ିତ ଥିଲେ।”

ମୃତ ବ୍ୟକ୍ତି ଜଣକ ଦୁଇ ସପ୍ତାହ ତଳେ ଜର୍ମାନୀରୁ ଇଟାଲୀ ଦେଇ ଭାରତର ପଞ୍ଜାବକୁ ଫେରିଥିଲେ। ତେବେ ତାଙ୍କ ଶରୀରରୁ କରୋନା ଚିହ୍ନଟ ହେବା ପରେ  ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

You might also like