ଦେଶରେ ବିଗୁଡୁଛି କରୋନା ସ୍ଥିତି , ସଂକ୍ରମିତଙ୍କ ସଂଖ୍ୟା ଗତକାଲି ଥିଲା ୫୩ ହଜାର, ଆଜି ୭୨ ହଜାରରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଲମ୍ବା ଡିଆଁ। ୨୪ ଘଣ୍ଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ସଂଖ୍ୟାରେ ଯେପରି ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେହିପରି ବଢିବାରେ ଲାଗିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୭କୁ ବୃଦ୍ଧି ପାଇଛି । ତେବେ ସାରା ଦେଶରେ ଏଯାଏଁ ଟିକା ନେଲେଣି ୬ କୋଟି ୫୧ ଲକ୍ଷ ୧୭ ହଜାର ୮୯୬ ।

ଏଠି କହିରଖିବୁ,  କରୋନା ସଂକ୍ରମଣର ଦ୍ୱିତୀୟ ଲହର କ୍ରମାଗତ ଭାବେ ଭୟଙ୍କର ରୂପ ନେଉଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତି ଯେପରି ମାଡି ଚାଲିଛି ତାହା ସମସ୍ତଙ୍କ ନିଦ ହଜାଇ ଦାଇଛି। ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି ଘଟିଛି। ବୁଧବାର ଦେଶରେ ୫୩ ହଜାର ୪୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଦିନକରେ ୩୫୪ ଜଣ ପ୍ରାଣ ହରାଇଥିଲେ।  ହେଲେ ୨୪ ଘଣ୍ଟା ପରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାଖାପାଖି ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା  ପାଖାପାଖି ୧୦୦ ବୃଦ୍ଧି ପାଇଛି। ବୁଧବାର ୩୫୪ଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ୪୫୯ ଛୁଇଁଛି।

ତେବେ ଚିନ୍ତାର ବିଷୟ ହେଉଛି, କରୋନାର ଦ୍ୱିତୀୟ ଲହରୀରେ ରିକଭରି ହାର ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୩୮୨ ଜଣ କରୋନାକୁ ମାତ୍‌ ଦେବାକୁ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ଦେଶରେ ସୁସ୍ଥ ହାର ୧୧, ୪୭୪, ୬୮୩ ରହିଛି। ରିକଭରି ହାର ହ୍ରାସ ପାଇଛି ୯୩.୮୯ ପ୍ରତିଶତ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୫ ଲକ୍ଷ ୮୪ ହଜାର ୫୫ ରହିଛି। ଯାହା ମୋଟ ମାମଲାର ୪.୭୮ ପ୍ରତିଶତ। କିଛି ଦିନ ତଳେ ଏହି ସଂଖ୍ୟା ୨ ଲକ୍ଷରେ ସୀମିତ ଥିଲା। ଅନ୍ୟପକ୍ଷେ ମୃତ୍ୟୁ ହାର ବୃଦ୍ଧି ପାଇ ୧.୩୩ ପ୍ରତିଶତ ହୋଇ ଯାଇଛି।

ଭାରତରେ କୋଭିଡ-୧୯ ମାମଲା ୭ ଅଗଷ୍ଟକୁ ୨୦ ଲକ୍ଷ ଟପି ସାରିଥିଲା। ଏହି ସଂଖ୍ୟା ବୃଦ୍ଧି ପାଇ ସେପ୍ଟେମ୍ବର ୧୯ ସୁଦ୍ଧା ଏକ କୋଟି ଟପି ସାରିଥିଲା।

You might also like