ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ଆମେରିକା : ଆମେରିକୀୟ କମ୍ପାନୀ ଫାଇଜର୍ ଓ ଜର୍ମାନ କମ୍ପାନୀ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ଭାରତରେ ଟିକାକରଣ ପାଇଁ ଅନୁମତି ଲୋଡିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ-ଡିସିଜିଆଇର ଅନୁମତି ଲୋଡ଼ିଛି ଫାଇଜର । କମ୍ପାନୀ  ଭାରତରେ ଫାଇଜରର ବଣ୍ଟନ ଏବଂ ଟିକାକରଣ ପାଇଁ କ୍ଲିନିକାଲ ଟ୍ରାଏଲ କରିବାକୁ ଅନୁମତି ମାଗିଥିବା ଜଣାଯାଇଛି । ଏ ପର୍ଯ୍ୟନ୍ତ ଫାଇଜର ଟିକାର ମାନବ ପରୀକ୍ଷଣ ମଧ୍ୟ ଭାରତରେ ଆରମ୍ଭ ହୋଇନାହିଁ ।

ଫାଇଜର ଟିକାର ସଂରକ୍ଷଣ ପାଇଁ ମାଇନସ୍ ୭୦ ଡିଗ୍ରୀ ପାରଦ ଆବଶ୍ୟକ ହେଉଥିବାରୁ ଶୀତଳୀକରଣ ବ୍ୟବସ୍ଥା ନିର୍ମାଣ କରିବା ମଧ୍ୟ ଭାରତ ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହେଉଛି । ଗତ ବୁଧବାର ବ୍ରିଟେନ୍ ସରକାର ବିଶ୍ୱର ପ୍ରଥମ ଦେଶ ଭାବେ ଫାଇଜର୍ ଟିକାକୁ ଅନୁମତି ଦେଇଥିଲେ । ତେବେ କରେ।ନାକୁ ରେ।କିବାକୁ ଭାରତ ସରକାର ଟିକାକୁ କେବେ ଅନୁମତି ଦେବେ ତାହା ଦେଖିବାକୁ ବାକି ରହିଲା।

You might also like