ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର। କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି ହୋଇଥିବା ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ।

ଏପର୍ଯ୍ୟନ୍ତ ଦେଶରେ ୬୭ ହଜାର ୧୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପ୍ରାୟ ୨୧ ହଜାର ସୁସ୍ଥ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୫୫୯ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ସେପଟେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ନେବାକୁ ଚାଲିବ ଶହେ ଶ୍ରମିକ ସ୍ପେଶାଲ ଟ୍ରେନ। ଏନେଇ ଗୃହ ମନ୍ତ୍ରାଳୟକୁ ରେଲେୱେ ଜଣାଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୂଣ୍ୟ ସଲୀଳା ଶ୍ରୀବାସ୍ତବ।

ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।  ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା ଚାଲିଛି। ଏଥିରେ ମୁଖ୍ୟତଃ ଲକଡାଉନ୍ ଓ କରୋନା ସଂକଟର ମୁକାବିଲା ପ୍ରସଙ୍ଗ ଉପରେ ଫୋକସ୍ କରାଯାଇଛି।

You might also like