ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ଗୁରୁତ୍ୱ ଦିନକୁ ଦିନ ବଢିବାରେ ଲାଗିଛି। ଏହି କ୍ରମରେ ଏବେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ଭାରତୀୟ ନୌସେନାରେ ୨ ଜଣ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କୁ ନୌସେନାର ହେଲିକପ୍ଟର ବିଭାଗରେ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ମହିଳା ସେନା ଅଧିକାରୀ ହେଲେ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଓ ସବ୍‌ ଲେଫ୍ଟନାଣ୍ଟ ରୀତି ସିଂହ।

 

ଏହି ଅଧିକାରୀଙ୍କୁ ଭାରତୀୟ ନୌସେନାର ଯୁଦ୍ଧପୋତରେ ଅବଜର୍ଭର ଭାବେ ନିଯୁକ୍ତି ଦିଆଯିବ। ନୌସେନାର ପ୍ରବକ୍ତା ବିବେକ ମଧ୍ୟବାଲଙ୍କ କହଛନ୍ତି, ଏହି ଦୁଇ ଅଧିକାରୀ, ଇତିହାସରେ ପ୍ରଥମ ଥର ପାଇଁ ମହିଳା ଅଫିସର ଯୁଦ୍ଧ ପରିସ୍ଥିତିରେ ସାମିଲ ହେବେ।

ୱାର ସିପ୍‌ର ଅବଜର୍ଭର ଭାବେ ୧୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ମଧ୍ୟରେ କୁମୁଦିନୀ ତ୍ୟାଗୀ ଏବଂ ରୀତି ସିଂହ ଅଛନ୍ତି। ଏହି ୧୭ ଅଫିସରଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି ଏବଂ ଭାରତୀୟ ତଟରକ୍ଷକ ଦଳରେ ତିନି ଅଧିକାରୀ ମଧ୍ୟ ନିଯୁକ୍ତି ପାଇଛନ୍ତି। ଏହି ଅଧିକାରୀମାନଙ୍କୁ ଆଇଏନଏସ ଗରୁଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଯୁକ୍ତି ଦିଆଯାଇଛି।

ଏହା ପୂର୍ବରୁ, ଆଇଟିବିପି ପ୍ରଥମ ଥର ପାଇଁ ମହିଳା ଡାକ୍ତରଙ୍କୁ ଲଦାଖର ଫରୱାର୍ଡ ଲୋକେସନ (Forward Locations)ରେ ନିଯୁକ୍ତି କରିଛି। ଡାକ୍ତରଙ୍କ ଏହି ଟିମର ମୁଖ୍ୟ ହେଉଛନ୍ତି କାତ୍ୟାୟନୀ ଶର୍ମା। ତାଙ୍କର ଦାୟିତ୍ୱ ହେଉଛି, କେଉଁ ଯବାନ ଫ୍ରଣ୍ଟକୁ ଯିବା ପାଇଁ ଫିଟ, ପରୀକ୍ଷା କରି ପଠାଇବେ।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like