ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

ନୂଆଦିଲ୍ଲୀ:ହଥରସ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ମୃତ୍ୟୁ ସହ ଲଢି ଲଢି ଶେଷରେ ଆଖି ବୁଜି ଦେଇଛନ୍ତି। ଗଣ ଦୁଷ୍କର୍ମ ପରେ ୧୯ ବର୍ଷର ଏହି ଯୁବତୀଙ୍କ ଜିଭ କାଟି ଦେଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ପ୍ରଥମେ ଜବାହରଲାଲ ନେହରୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାକୁ ରେଫର କରାଯାଇଥିଲା।

୧୫ ଦିନ ତଳେ ଘଟିଥିଲା ଏହି ଛାତିଥରା ଘଟଣା। ମଙ୍ଗଳବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅବଶ୍ୟ ପୂର୍ବରୁ ଦୁର୍ବୃର୍ତ୍ତମାନେ ତାଙ୍କର ଗଳାଚିପି ହତ୍ୟା ଉଦ୍ୟମ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ପୀଡ଼ିତା ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଶେଷରେ ଦୁର୍ବୃର୍ତ୍ତମାନେ ତାଙ୍କର ଜିଭ କାଟି ଦେଇଥିଲେ। ଏହା ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇ ଯାଇଥିଲା।

ଏଠି କହିରଖିବୁ, ହାଥରସ ଥାନା ଚନ୍ଦପା ଅଞ୍ଚଳର ଏକ ଗ୍ରାମରେ ପୀଡିତା ନିଜ ମାଙ୍କ ସହ ଜମିକୁ ଚାରା ଆଣିବା ପାଇଁ ଯାଇଥିଲା। ଗାଁର କିଛି ଯୁବକ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ଫେରାର ହୋଇ ଯାଇଥିଲେ। ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯୁବତୀଙ୍କୁ ଜୀବନରୁ ମାରି ଦେବାକୁ ଦୁର୍ବୃତ୍ତମାନେ ଧମକ ଦେଇଥିଲେ।

You might also like