ପାକ୍‌କୁ ଏକଘରିକିଆ କରିବାକୁ ଉଦ୍ୟମ

କାହିଁକି ଭାରତ ଆକ୍ରମଣ କଲା ଜଣାଇଲେ ସୁଷମା

ଚୀନ୍‌ : ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏବେ କୂଟନୈତିକ ସ୍ତରରେ ବି ପାକିସ୍ତାନକୁ ଘେରିବାକୁ ଭାରତର ଉଦ୍ୟମ। ଚୀନ୍‌ର ଉଜେନ୍‌ରେ ଆଜିଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ RIC ବା ରୁଷିଆ-ଇଣ୍ଡିଆ-ଚୀନ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇ ଅବଗତ କରାଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ।

ସମ୍ମିଳନୀରେ ସୁଷମା ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗ ଉଠାଇ ଭାରତ କାହିଁକି ଆତଙ୍କବାଦୀ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କଲା ତାହା ଚୀନ୍ ଓ ରୁଷିଆର ବିଦେଶ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍‌ ଏ ମହମ୍ମଦର ଭିତ୍ତିଭୂମିକୁ ଧ୍ୱଂସ କରିବା ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା ବୋଲି ସୁଷମା କହିଛନ୍ତି। ସେହିପରି ଆତଙ୍କବାଦୀ ବିରୋଧୀ ଲଢେଇରେ ଜିରୋ ଟଲରେନ୍ସ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ସେପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଆମେରିକା ବୈଦେଶିକ ସଚିବ ପୋପିଓ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। କୌଣସି ସାମରିକ ପଦକ୍ଷେପ ନ ନେବା ସହିତ ଉତ୍ତେଜନା ହ୍ରାସ କରିବାକୁ ସେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି।  ତା ସହିତ ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ୱାନ ଦେଇଛନ୍ତି ପୋପିଓ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like