କ୍ୱାରେଣ୍ଟିନ୍ ଅବଧି ଶେଷ ପରେ ପ୍ରବାସୀଙ୍କୁ ମିଳୁଛି ମାଗଣା କଣ୍ଡୋମ

ପାଟନା: ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ କ୍ୱାରେଣ୍ଟାଇନ୍‌ର ଅବଧି ପୂରଣ କରି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା କଣ୍ଡୋମ ବାଣ୍ଟୁଛନ୍ତି ବିହାର ସରକାର। ଏନେଇ ମଙ୍ଗଳବାର ବିହାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮.୭୭ ଲକ୍ଷ ପ୍ରବାସୀ କ୍ୱାରେଣ୍ଟିନ୍ ଅବଧି ପୂରଣ କରି ଘରକୁ ଫେରିଥିବା ବେଳେ ଏବେବି ୫.୩୦ ଲକ୍ଷ ଲୋକ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଛନ୍ତି।

ତେବେ ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ବିହାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଫିସର୍ ପିଟିଆଇକୁ ସୂଚନା ଦେଇ‌ କହିଛନ୍ତି, “୧୪ ଦିନର କ୍ୱାରେଣ୍ଟିନ୍ ଅବଧି ଶେଷ କରି ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ତେଣୁ ଅନିଚ୍ଛାକୃତ ଗର୍ଭଧାରଣର ଅନେକ ସମ୍ଭାବନା ରହିଛି। ଏହାକୁ ଏଡ଼ାଇବା ପାଇଁ ଆମେ ସେମାନଙ୍କୁ ଏ ବିଷୟରେ ଭଲଭାବରେ ଅବଗତ କରାଇବା ସହିତ କଣ୍ଡୋମ ଓ ଅନ୍ୟ ଗର୍ଭନିରୋଧକ ସାମଗ୍ରୀ ବାଣ୍ଟୁଛୁ।”

ତେବେ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସେ ରାଜ୍ୟ ସ୍ୱାସ୍ଥ୍ୟ ସୋସାଇଟିର ପରିବାର ନିୟୋଜନ ଦାୟିତ୍ୱରେ ନିୟୋଜିତ ଅଛନ୍ତି। ତେଣୁ ପରିବାର ନିୟୋଜନ ପାଇଁ ଏପରି କରାଯାଇଛି। ଏଥିରେ କୋଭିଡ୍‌-୧୯ ସହିତ କୌଣସି ସମ୍ପର୍କ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ “ ସ୍ୱାସ୍ଥ୍ୟକର୍ମୀ ହିସାବରେ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରିବା ଆମର ଦାୟିତ୍ୱ। କେୟାର୍ ଇଣ୍ଡିଆରର ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି।”

ଲକ୍‌ଡାଉନ୍‌ ସମୟରେ ବିଶ୍ୱରେ ଅନିଚ୍ଛାକୃତ ଗର୍ଭଧାରଣ ସମସ୍ୟା ଦେଖାଦେଉଛି। ଏହାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋରି ସରକାର ସୂତ୍ରରୁ ସୁଚନା ମିଳିଛି। କ୍ୱାରେଣ୍ଟିନ୍‌ ସେଣ୍ଟର ଚାଲୁଥିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ।

 

You might also like