କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୋଭିଡ୍-୧୯ ଆକ୍ରାନ୍ତରେ ବେଲ୍‌ଜିୟମ୍‌ରେ ଜଣେ ୧୨ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ହୋଇଛି। ଏନେଇ ମଙ୍ଗଳବାର ବେଲ୍‌ଜିୟମ୍‌ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରକ୍ଷରୁ ସୂଚନା ଦିଆଯାଇଛି। ଏତେ କମ୍‌ ବୟସରେ କରୋନା ଆକ୍ରାନ୍ତରେ ମୃତ୍ୟୁ ହେବା ଖୁବ୍‌ କମ୍‌ କେସ୍‌ରେ ଦେଖାଯାଏ। ଏହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ବେଲ୍‌ଜିୟମ ସରକାରୀ ଉପଭୋକ୍ତା ଡ.ଇମାନୁଏଲ୍‌ ଆଣ୍ଡ୍ରେ କହିଛନ୍ତି।
ମୃତ୍ୟୁର ୩ ଦିନ ପୂର୍ବରୁ ଏହି ଝିଅଙ୍କୁ ଜ୍ୱର ହୋଇଥିଲା। ଏବଂ ସେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ବୋଲି ଅନ୍ୟ ଜଣେ ପ୍ରବକ୍ତା ଭାନ୍‌ ଗୁଚ୍‌ଟ କହିଛନ୍ତି। ଏଥିସହିତ ମୃତ ବାଳିକାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା କି ନାହିଁ ସେ ବିଷୟରେ କୌଣସି ତଥ୍ୟ ଦିଆଯାଇ ନାହିଁ।

ତେବେ ବେଲ୍‌ଜିୟମ୍‌ରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତରେ ଜଣେ ବାଳିକାଙ୍କର ମୃତ୍ୟୁ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ୭୦୫ ଛୁଇଁଛି।

ଗତ ସପ୍ତାହରେ ଫ୍ରାନ୍ସର ଗ୍ରେଟର୍‌ ପ୍ୟାରିସ୍ ଅଞ୍ଚଳରେ ଜଣେ ୧୫ ବର୍ଷୀୟା ବାଳିକାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଯଦିଓ ଯୁବା ଅବସ୍ଥାରେ କରୋନା ଅକ୍ରାନ୍ତ ହେବା ଆଶଙ୍କା ଖୁବ୍ କମ୍ ଥାଏ। ତେବେ ଏଭଳି କିଛି ଘଟଣା ଦେଖା ଦେଉଥିବାରୁ ସେମାନଙ୍କୁ ଡାକ୍ତରଖାନା କଡ଼ା ନିରିକ୍ଷଣରେ ରଖାଯାଉଛି ବୋଲି ଆମେରିକୀୟ ସ୍ୱାସ୍ଥ୍ୟ ଅଥୋରିଟି ପକ୍ଷରୁ କୁହାଯାଇଛି

You might also like