କଂଗ୍ରେସକୁ ପୁଣି ଝଟ୍‌କା

ଭୋପାଳା: ରାଜସ୍ଥାନରେ କଂଗ୍ରେସକୁ ସଚିନ ପାଇଲଟଙ୍କ ନାଁରେ ଶକ୍ତ ଆଘାତ ଲାଗିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। କଂଗ୍ରେସ ବିଧାୟକ ନାରାୟଣ ପଟେଲ୍‌ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରେଟେମ୍ ସ୍ପିକର ରାମେଶ୍ୱରଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ନାରାୟଣ। ସ୍ପିକର ମଧ୍ୟ ତାଙ୍କ ଇସ୍ତଫା ପତ୍ର ସ୍ୱୀକାର କରିନେଇଛନ୍ତି। ତେବେ ନାରାୟଣ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଅନ୍ୟପଟେ ଗୁନାର ଆଉ ଜଣେ ନେତା ତଥା ପୂର୍ବ ରାଜ୍ୟମନ୍ତ୍ରୀ କେ. ଏଲ୍‌ ଅଗ୍ରୱାଲ୍ ଆଜି ୪୦୦ ସମର୍ଥକଙ୍କ ସହି କଂଗ୍ରେସ୍‌ରେ ମିଶିଛନ୍ତି। ମଧ୍ୟପ୍ରଦେଶ କଂଗ୍ରେସ ମୁଖିଆ କମଲ ନାଥଙ୍କ ଉପସ୍ଥିତିର ଦଳରେ ସାମିଲ୍ ହୋଇଛନ୍ତି ଅଗ୍ରୱାଲ୍।

ତେବେ ନାରାୟଣଙ୍କ ଦଳରୁ ଇସ୍ତଫା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ସଚିନ ଯାଦବ ଏଥିପାଇଁ ସିଧା ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି ପ୍ରଲୋଭନ ଦେଖାଇବା ସହିତ ଚାପ ପକାଇ ବିଧାୟକଙ୍କୁ ନେଇଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ସଚିନ।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like