ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ: ବିଜେପି ହିନ୍ଦୁଧର୍ମର ସବୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଟିକେଟ୍‌ ଦେଇପାରେ, ସେ ଲିଙ୍ଗାୟତ ହେଉ କି କୁରୁବସ କିମ୍ବା ଭୋକ୍କଲିଗସ, କିନ୍ତୁ ମୁସଲମାନଙ୍କୁ ଟିକେଟ୍‌ ଦେବ ନାହିଁ। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକ ବିଜେପି ମନ୍ତ୍ରୀ କେଏସ୍‌ ଈଶ୍ୱରାପ୍ପା। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା “ ହିନ୍ଦୁର କୌଣସି ସମ୍ପ୍ରଦାୟକୁ ଆମେ ଟିକେଟ୍‌ ଦେଇପାରୁ। ଲିଙ୍ଗାୟତ, କୁରୁବସ ଭୋକ୍କାଲିଗାସ ଓ ବ୍ରାହ୍ମଣ ସିଏ ଯିଏ ହେଉ ନା କାହିଁକି, କିନ୍ତୁ ମୁସଲମାନଙ୍କୁ ଟିକେଟ୍‌ ଦେବୁନି ଏହା ସୁନିଶ୍ଚିତ।”

ବେଲଗାଭି ଲୋକସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଷୟରେ ସୂଚନା ଦେଇ ଏପରି କହିଥିଲେ ମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଜଣେ ହିନ୍ଦୁ ସମର୍ଥକଙ୍କୁ ଟିକେଟ୍‌ ଦେବୁ। ସଙ୍ଗୋଲି ରୟନ୍ନା, କିଟ୍ଟୁର ଚେନ୍ନାମ୍ମା(ସ୍ୱାଧୀନତା ସଂଗ୍ରାମୀ) ଓ ଶଙ୍କରାଚାର୍ଯ୍ୟଙ୍କ ଭିତରୁ କାହାକୁ ବି ଟିକେଟ ମିଳିପାରେ ବୋଲି ମନ୍ତ୍ରୀ କହିଥିବା ଖବର ପ୍ରକାଶ ପାଇଛି।

You might also like