ଅଟଳ ଟନେଲ ଦେଇ ଗଲା ଭାରତୀୟ ସେନାର ଯାନବାହାନ

ନୂଆଦିଲ୍ଲୀ: ଉଦ୍‌ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ।  ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି।
ଅଟଳ ଟନେଲ ଯୋଗୁ ମନାଲିରୁ ଲେହ ଯିବା ଆସିବାରେ ୫ ଘଣ୍ଟା ସମୟ  ବଞ୍ଚୁଥିବା ବେଳେ ୪୬ କିଲୋମିଟର ବ୍ୟବଧାନ କମିଯାଇଛି।  ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟନେଲର ଉଦ୍‌ଘାଟନ କରିଥିଲେ। ଏହି ଟନେଲର ଲମ୍ବ ୯.୨ କିଲୋମିଟର ଏହା ସମୁଦ୍ରପତ୍ତନଠାରୁ ୧୦ହଜାର ଫିଟ୍ ଉପରେ ରହିଛି।

ହିମାଳୟର ପିର ପଞ୍ଜାଲ ପର୍ବତ ଶୃଙ୍ଖଳା ମଝିରେ ନିର୍ମିତ ହୋଇଥିବା ଏହି ଟଲେନ୍‌ରେ ଅନେକ ଅତ୍ୟାଧୁନି ସୁବିଧା ରହିଛି। ୫.୫୨୫ ମିଟର ଉଚ୍ଚତା ବିଶିଷ୍ଟ ଏହି ସୁଡଙ୍ଗରେ ୮ ମିଟର ଚଉଡା ସଡକ ରହିଛି।

ଏହି ଟନେଲ ନିର୍ମାଣ ପାଇଁ  ୩, ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ଟନେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଟନେଲ ଦେଇ ଦୈନିକ ୧୫ ଶହ ଟ୍ରକ ଏବଂ ତିନି ହଜାର କାର ଯାତାୟାତ କରିପାରବ। ଏହି ଭିତରେ ଯାନବାହନର ଗତି ଘଣ୍ଟା ପ୍ରତି ୮୦ କିମି ରହିବ ବୋଲି ଅଧିକାରୀ ସୂତ୍ରରୁ ଜଣାଯାଇଛି।

 

ଆହୁରି ପଢ଼ନ୍ତୁ

ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

You might also like