ସରକାରଙ୍କ ବଡ଼ ଘୋଷଣା: ଘରୋଇ କମ୍ପାନୀଙ୍କ ପାଇଁ କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ହେବ। ଏନେଇ ଶୁକ୍ରବାର ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ। ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି।

ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍‌ବ୍ୟତୀତ ନୂଆ ମାନ୍ୟୁଫାକଚରିଂ କମ୍ପାନୀ ୧୫% ହାରରେ ଆୟର ଦେବେ, ଯାହାକି ପୂର୍ବରୁ ୨୫% ଥିଲା। ତେବେ ଏଥିରେ ଗୋଟିଏ ସର୍ତ୍ତ ରହିଛି। ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଅନ୍ୟ କିଛି ରିହାତିରୁ ବଞ୍ଚିତ ହେବାକୁ ହେବ। ତେବେ ସରଚାର୍ଜ ଏବଂ ସେସ୍‌ ମିଶିବା ପରେ ଇଫେକ୍ଟିଭ୍‌ ଟିକସ ହାର ଯଥାକ୍ରମେ ୨୫.୧୭% ଏବଂ ୧୭.୦୧% ରହିବ। ଆଜି ନିଆଯାଇଥିବା ନିଷ୍ପତ୍ତି ଏକ ବଡ଼ ପରିମାଣର ଟିକସ ହ୍ରାସ ବୋଲି ନିର୍ମଳା କହିଛନ୍ତି।

ସରକାର ଆଲୋଚନା କରି ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ। ଏକ ବିଧେୟକ ଅଣାଯାଇ ଟିକସ ଆଇନରେ ପରିବର୍ତ୍ତନ କରାଯାଇଥିବା ନିର୍ମଳା ସୂଚନା ଦେଇଛନ୍ତି। ଜିଏସ୍‌ଟି ବୈଠକରେ ଯୋଗଦେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like