• translate
Abinash Pati

ନୂଆଦିଲ୍ଲୀ: ପାଣି ପିଇ ଦେଉଛନ୍ତି ବୋଲି ହଜାର ହଜାର୍ ଓଟକୁ ମାରିଦେବ ଅଷ୍ଟ୍ରେଲିଆ। ଏଥିପାଇଁ ଦେଶରେ ଏକ ୫ ଦିନିଆ ଓଟମରା ଅଭିଯାନ ଆରମ୍ଭ ହୋଇଛି। ଜଙ୍ଗଲ ନିଆଁ ଦେଶର ସ୍ଥିତିକୁ ବିଗାଡ଼ି ଦେଇଥିବା ବେଳେ ଓଟ ଅତ୍ୟଧିକ ପାଣି ପିଇ ଦେଉଥିବାରୁ ବୁଧବାର ଠାରୁ ଏଭଳି ଓଟ ଦମନ ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ।

Image result for Anangu Pitjantjatjara Yankunytjatjara"

ଏହି ୫ ଦିନ ଭିତରେ ୧୦ ହଜାର ଓଟକୁ ମାରିବା ପାଇଁ ଅଷ୍ଟ୍ରେଲିଆ ସରକାର ହେଲିକପ୍ଟର ନିୟୋଜିତ କରିଥିବା ‘ଦି ହିଲ୍‌’ ନାମକ ଏକ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

Image result for camel austrelia"

ଅଷ୍ଟ୍ରେଲିଆର ଆଦିବାସୀ ବହୁଳ ଅଞ୍ଚଳ ମାରିଟା ବେକେର୍‌ ଏବଂ ଅନଙ୍ଗୁ ପିତ୍‌ଜନ୍ତଜତ୍‌ଜାରାରେ ରହୁଥିବା କନ୍ୟପୀ ଆଦିବାସୀଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ କହିବାନୁସାରେ, ଓଟମାନେ ତାଙ୍କ ଆଦିବାସୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି “ ଆମେ ଗରମ ଓ ଦୁର୍ଗନ୍ଧମୟ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛୁ। ଫଳରେ ବଡ଼ ଅସୁସ୍ଥ ଅନୁଭବ କରୁଛ। କାରଣ ଓଟମାନେ ପ୍ରତିଦିନ ଆସି ବାଡ଼ ଭାଙ୍ଗି ଘରେ ପଶିଯାଉଛନ୍ତି। ଓ ଏୟାର୍ କଣ୍ଡିସନ୍‌ରୁ ପାଣିକାଡ଼ି ପିଇ ଦେଉଛନ୍ତି।”

Image result for camel austrelia"

 

ତେବେ ଅଷ୍ଟ୍ରେଲିଆରେ ନଭେମ୍ବରୁ ଲାଗିଥିବା ଜଙ୍ଗଲ ନିଆଁ ଦେଶର ପରିସ୍ଥିତି ବିଗାଡ଼ି ଦେଇଛି।  ସିଡ୍‌ନୀର ଗବେଷକଙ୍କ ଅନୁସାରେ, ଏହି ଜଙ୍ଗଲ ନିଆଁରେ ପୋଡ଼ି ହୋଇ ୪୮୦ ମିଲିୟନ ଜୀବଯନ୍ତୁଙ୍କର ମୃତ୍ୟୁ ହୋଇଛି। ଜଙ୍ଗଲ ନିଆଁ ଯୋଗୁ ଅଷ୍ଟ୍ରେଲିଆର ଜଳବାୟୁ ମଧ୍ୟ ଗରମ୍ ରହିଛି। ଏଭଳି ସ୍ଥିତିରେ ଦେଶରେ ଓଟମରା ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ।

Image result for camel austrelia"

Other Stories