ଋଣରେ ବୁଡ଼ିଲା ପାକିସ୍ତାନ; ପୂର୍ବରୁ କେବେ ଏତେ ଋଣ କରିନଥିଲା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଋଣଭାର ଏବେ ଅହେତୁକ ଭାବେ ବୃଦ୍ଧି ପାଇଛି। ବର୍ଷେ ମଧ୍ୟରେ ପାକିସ୍ତାନ ସରକାର ଏତେ ପରିମାଣର ଋଣ କରିଛନ୍ତି ଯେ, ଏତେ ଋଣ କେବେ ବି ଆଗରୁ ହୋଇନଥିଲା।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗତବର୍ଷ  କ୍ଷମତାକୁ ଆସିବା ପରେ ଅଗଷ୍ଟ ମାସ ଶେଷ ସୁଦ୍ଧା  ୭୫୦୦ ବିଲିୟନର ପାକିସ୍ତାନୀ ଟଙ୍କାର ଋଣ କରିଛନ୍ତି। ପାକିସ୍ତାନ ୨୮୦୪ ବିଲିୟନ ଟଙ୍କା ବୈଦେଶିକ ଋଣ କରିଥିବା ବେଳେ ୪ ହଜାର ୭୦୫ ବିଲିୟନ ଟଙ୍କା ଘରୋଇ ମାର୍କେଟରୁ ଉଠାଇଛି।

ପୂର୍ବରୁ ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଏହା ସରକାରଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଗତବର୍ଷ  ଅଗଷ୍ଟ ମାସରେ ପାକିସ୍ତାନର ଋଣଭାର ୨୪ହଜାର ୭୩୨ ବିଲିୟନ ଟଙ୍କା ଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୩୨ହଜାର ୨୪୦ ବିଲିୟନ ଟଙ୍କାକୁ  ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ କର ଆଦାୟ ଲକ୍ଷ୍ୟ ଧାର୍ଯ୍ୟରୁ କମ୍ ରହିଥିବାରୁ ଇମ୍ରାନ ଖାଁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

You might also like