କରୋନା ପାଇଁ ବିଶ୍ୱ ଚିନ୍ତିତ, ହେଲେ ଇମ୍ରାନଙ୍କ ଚିନ୍ତା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା କିପରି କରିବେ ସେ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ  ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡରେ କିନ୍ତୁ ଗୋଟିଏ ଚିନ୍ତା। ଆଉ ସେ ହେଉଛି ଭାରତ। ଇମ୍ରାନଙ୍କ ଟ୍ୱିଟକୁ ଦେଖିଲେ ଲାଗୁଛି ଯେମିତି ସେ ଭାରତ ବିରୋଧୀ ପ୍ରଚାରରେ ମାତିଛନ୍ତି।  ଏପରି ବିପତ୍ତି ସମୟରେ ମଧ୍ୟ ସେ ଭାରତ ବିରୋଧୀ ଫେକ୍‌ ଭିଡିଓ ଓ ଫଟୋକୁ ଶେୟାର କରି ଚାଲିଛନ୍ତି ।

ଭାରତୀୟ ସୁରକ୍ଷା ଏଜେନ୍ସି ଏବଂ ଗୋଇନ୍ଦା ବିଭାଗ ପକ୍ଷରୁ ଇମ୍ରାନଙ୍କ ସୋଶାଲ ମିଡିଆ ହ୍ୟାଣ୍ଡଲର ବିଶ୍ଳେଷଣ କରାଯାଇଥିଲା। ଏଥରୁ ଜଣାପଡ଼ିଥିଲା ୯୦ ପ୍ରତିଶତ ଟ୍ୱିଟ କେବଳ ଭାରତକେନ୍ଦ୍ରିକ। ଏସବୁ ପୋଷ୍ଟ ଦେଖିଲେ ଭାରତ ପ୍ରତି ତାଙ୍କ ମନରେ କେତେ ଘୃଣା ଓ ବିଦ୍ୱେଷ ଭାବ ରହିଛି ତାହା ସ୍ପଷ୍ଟ ଜଣାପଡେ। ଏସବୁ ଦେଖିଲେ ଲାଗୁଛି ଯେମିତି ଇମ୍ରାନ କୌଣସି ଫୋବିଆ ଗ୍ରସ୍ତ ଏବଂ ତାହା ହେଉଛି ଭାରତ ବିରୋଧୀ ପ୍ରଚାର।

ଧାରା ୩୭୦ ହଟିବା ପରେ ଇମ୍ରାନଙ୍କଟ୍ୱିଟର କାଶ୍ମୀର ଉପରେ କେନ୍ଦ୍ରିତ ଥିଲା। ଏହି ଚକ୍କରରେ ସେ ଭାରତୀୟ ସେନାଙ୍କର ଫେକ୍‌ ଭିଡିଓ ବି ପୋଷ୍ଟ କରିଥିଲେ।

ତେବେ ଏକଥା ମଧ୍ୟ କୁହାଯାଉଛି, ଇମ୍ରାନ ତାଙ୍କ ଦେଶର ପ୍ରକୃତ ସ୍ଥିତି ଲୁଚାଇବା ପାଇଁ ଏପରି ଭାରତକୁ ଟାର୍ଗେଟ କରିଛନ୍ତି। ବେଲୁଚିସ୍ତାନ, ସିନ୍ଧ, ଗିଲ୍‌ଗିତ୍‌ ବାଲ୍ଟିସ୍ତାନରେ ଚାଲିଥିବା ଆନ୍ଦୋଳନ ହେଉ ବା ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ହେଉ କିମ୍ବା କରୋନା ଭାଇରସର ଭୟବହତା ହେଉ, ଏସବୁକୁ ସେ ନଜରଅନ୍ଦାଜ କରି ଭାରତ ବିରୋଧୀ ପ୍ରଚାରରେ ଲାଗିଛନ୍ତି।

ଭାରତର ଆଣ୍ଟି ଟେରର ୟୁନିଟ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଷ୍ଟାଇପେଣ୍ଡ ପାଇଁ ଲାଳାୟିତ ଶହଶହ ଜଲେଜ ଛାତ୍ର ଏବଂ ଅନ୍ୟ ଯୁବବର୍ଗଙ୍କୁ ଭାରତ ବିରୋଧୀ ଟ୍ୱିଟ କରିବା କାମରେ ପାକ୍‌ ସେନା ନିୟୋଜିତ କରିଛି

You might also like