କହୁ କହୁ ଗୁମର ଖୋଲିଦେଲେ ପାକିସ୍ତାନ ମନ୍ତ୍ରୀ; ବଢ଼ିଗଲା ଇମ୍ରାନଙ୍କ ଚିନ୍ତା

ଇସ୍‌ଲାମାବାଦ: ଭାରତ ପୂର୍ବରୁ ଯାହା କହି ଆସୁଥିଲା, ଏବେ ସେକଥା ଖୋଦ୍‌ ଜଣେ ପାକିସ୍ତାନ ମନ୍ତ୍ରୀ ସ୍ୱୀକାର କରିଛନ୍ତି। କେବଳ ଭାରତ ନୁହେଁ, ପୂରା ବିଶ୍ୱ ମଧ୍ୟ ବହୁ ବର୍ଷ ଆଗରୁ ଯେଉଁ କଥା କହୁଥିଲା, ଏବେ ସେକଥା ସତ ପ୍ରମାଣିତ ହୋଇଛି।

ପାକିସ୍ତାନ ସରକାରଙ୍କ ବସ୍‌ ଭାବେ ଦେଶର ଆର୍ମି କାମ କରୁଛି ଏବଂ ଦେଶର ସେନା କଥାରେ ଇମ୍ରାନ୍‌ ସରକାର ପରିଚାଳିତ ବୋଲି ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ କହିଛନ୍ତି। ପାକିସ୍ତାନ ଆର୍ମି ତାଙ୍କୁ ଭାରତ ବିରୋଧରେ ଯୁଦ୍ଧ ଧମକ ଦେବା ଏବଂ ଯୁଦ୍ଧ କରିବାକୁ ଉସ୍‌କାଇବା ପାଇଁ ନିଯୁକ୍ତି ଦେଇଥିବା ରଶିଦ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକ୍‌ ରେଳମନ୍ତ୍ରୀ ରଶିଦ କହିଛନ୍ତି, “ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଜେଣ୍ଡା ଦ୍ୱାରା ପାକିସ୍ତାନ ଧ୍ୱଂସ ହୋଇଯିବାର ସମ୍ଭାବନା ରହିଛି। ତେଣୁ ମୁଁ ଯୁଦ୍ଧ କଥା କହୁଛି। ମୋତେ ଆର୍ମି ଏଠାରେ ଯୁଦ୍ଧ ପ୍ରସ୍ତୁତି ବିଷୟରେ କହିବାକୁ ରଖିଛି। ପାକିସ୍ତାନ ପାଖରେ ଛୋଟ ଛୋଟ ଆକାରର ପରମାଣୁ ବୋମା ରହିଛି। ଏହି ବୋମାଗୁଡ଼ିକର ଆକାର ୧୨୫ ଗ୍ରାମ ଓ ୨୫୦ ଗ୍ରାମ ମଧ୍ୟରେ ରହିଛି। ଏହାକୁ ଆମେ ଭାରତକୁ ଟାର୍ଗେଟ କରିବାକୁ ବ୍ୟବହାର କରିବୁ।”

ଦୀର୍ଘବର୍ଷ ହେଲାଣି ପାକିସ୍ତାନ ସେନା ଅନୁରୂପ ଭାଷା ପ୍ରୟୋଗ କରି ଭାରତ ବିରୋଧରେ ବିଷ ଓଗାଳିବାରେ ଲାଗିଛି। ଲୋକଙ୍କ ଜନମତ ପାଇ ସରକାର ଗଠନ କରୁଥିବା ପାକିସ୍ତାନର ସରକାରମାନେ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ ହେଁ ପାକିସ୍ତାନ ଆର୍ମି ହିଁ ଯେ ଏହାକୁ କରିବାକୁ ଚାହୁଁ ନଥିବା ସ୍ପଷ୍ଟ ହୋଇଛି।

ପାକିସ୍ତାନ ଆର୍ମି ସିଧାସଳଖ ୧୯୫୮-୧୯୭୧, ୧୯୭୭-୧୯୮୮ ଓ ୧୯୯୯-୨୦୦୮ ଦେଶକୁ ଶାସନ କରୁଥିଲା। ଏହାବାଦ୍ ୧୯୫୩ ଓ ୧୯୫୬ରେ ମଧ୍ୟରେ ପାକିସ୍ତାନ ସେନାର ଦବଦବା ରହିଥିଲା। ଅର୍ଥାତ ୭୨ ବର୍ଷ ହେଲା ଗଠିତ ହୋଇଥିବା ପାକିସ୍ତାନକୁ ୩୮ ବର୍ଷ କାଳ ସେନା ହିଁ ନିଜ ନିୟନ୍ତ୍ରଣରେ ରଖିଛି।

ଇମ୍ରାନ୍‌ ଖାନ୍‌ କ୍ଷମତାକୁ ଆସିବା ପୂର୍ବରୁ ନୂଆ ପାକିସ୍ତାନର ନାରା ଦେଉଥିଲେ। ହେଲେ ସେ କ୍ଷମତାକୁ ଆସିବା ପଛରେ ଯେ ପାକିସ୍ତାନ ସେନାର ହାତ ରହିଛି, ସେକଥା ଆମେରିକା ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଥିଲା। ପାକିସ୍ତାନ ସେନା ପରି ଇମ୍ରାନ୍‌ ଖାନ୍‌ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେଉଛନ୍ତି।

ଏଥିରୁ ପାକିସ୍ତାନ ସେନାର ନିର୍ଦ୍ଦେଶ ରହିଛି ବୋଲି ପୂର୍ବରୁ ଭାରତ ବାରମ୍ବାର କହି ଆସୁଥିଲା। ହେଲେ ଇମ୍ରାନ୍‌ ଖାନ୍‌ ଏହାକୁ ଅସ୍ୱୀକାର କରୁଥିଲେ। ଏବେ ଖୋଦ୍‌ ତାଙ୍କ ମନ୍ତ୍ରୀ ପାକିସ୍ତାନ ସେନା ହିଁ ସରକାରଙ୍କୁ ଚାବି ଦିଆ କଣ୍ଢେଇ ଭାବେ ବ୍ୟବହାର କରୁଥିବା କଥା କହିଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like