ସତ ଓଗାଳିଲେ ଇମ୍ରାନ୍‌

ଇସଲାମାବାଦ: ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଫଗାନିସ୍ତାନରେ ଲଢ଼ିବା ପାଇଁ ଅଲ୍‌କାଏଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ଟ୍ରେନିଂ ଦିଆଯାଇଥିବା କଥାକୁ ଇମ୍ରାନ ଖାନ୍‌ ସ୍ୱୀକାର କରିଛନ୍ତି। ଜାତିସଂଘର ସାଧାରଣ ପରିଷଦ ବୈଠକରେ କହୁକହୁ ଏଭଳି କିଛି ସତ ଓଗାଳିଛନ୍ତି ଇମ୍ରାନ୍।

ଆତଙ୍କୀ ସଂଗଠନଗୁଡିକୁ ପାକିସ୍ତାନ ପକ୍ଷରୁ ତାଲିମ ଦିଆଯାଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଉଥିଲା। ଆଉ ଏବେ ଏହା ଜଣାପଡ଼ିବା ପରେ ପୁଣିଥରେ ପାକିସ୍ତାନର ଅସଲ ମୁଖା ସମସ୍ତଙ୍କ ସାମ୍ନାରେ ଖୋଲିଛି।

୧୯୮୮ରେ ଓସାମା ବିନ ଲାଡେନ୍ ପକ୍ଷରୁ ଆତବାଦୀ ସଂଗଠନ ଅଲକାଏଦା ଗଠନ ହୋଇଥିଲା। ବିଶେଷକରି ପାକିସ୍ତାନର ପେଶାୱାର ସହରରେ ଏହାର ଭିତ୍ତିଭୂମି ପଡ଼ିଥିଲା। ତା’ପରଠାରୁ ପାକିସ୍ତାନ ପକ୍ଷରୁ ଏହାକୁ ବିଭିନ୍ନ ସମୟରେ ସହଯୋଗ ଯୋଗାଇ ଦିଆଯାଉଥିଲା।

ଆତଙ୍କବାଦୀଙ୍କ ବିରୋଧରେ ଆମେରିକା ଯେଉଁ ଯୁଦ୍ଧ କରିଥିଲା ସେଥିରେ ୭୦ ହଜାର ପାକିସ୍ତାନୀଙ୍କ ମୃତ୍ୟୁ ଘଟିଥିଲା। ଏହାଦ୍ୱାରା ପାକିସ୍ତାନର ଅର୍ଥନୀତି ୧୫୦ ଅରବ ଡଲାରରୁ ୨୦୦ ଅରବ ଡଲାର କ୍ଷତି ହୋଇଥିବା ତାଙ୍କ ଦେଶର ଅର୍ଥବିଶେଷଜ୍ଞମାନେ କୁହନ୍ତି ବୋଲି ଇମ୍ରାନ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like