ପାକିସ୍ତାନରେ ବଦଳିବ ସରକାର, ଇମ୍ରାନ୍ ହୋଇପାରନ୍ତି ପଲିଟିକାଲ୍‌ କ୍ୟାପ୍‌ଟେନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନରେ ବଦଳିପାରେ ସତ୍ତା। କ୍ରିକେଟର୍‌ରୁ ରାଜନେତା ବନିଥିବା ଇମ୍ରାନ୍ ଖାନ୍‌ ଦଳ ସବୁଠୁ ଅଧିକ ଆସନରେ ଆଗୁଆ ରହିଛି। ଗତକାଲିଠୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ଗଣନାରେ ଇମ୍ରାନ୍ ଖାନ୍‌ ଦଳ ଆଗୁଆ ରହିଛି।

ପାକିସ୍ତାନ ତେହରିକ୍-ଏ-ଇନ୍‌ସାଫ୍ ଏବେ ସୁଦ୍ଧା ୧୧୯ଟି ସିଟ୍‌ରେ ଆଗୁଆ ଥିବା ବେଳେ ନୱାଜ୍ ସରିଫ୍‌ଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ ୬୧ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମାତ୍ର ୪୦ଟି ଆସନରେ ଲିଡ୍ କରୁଛି। ଏହାଛଡ଼ା ସ୍ୱାଧୀନ ଏବଂ ଅନ୍ୟାନ ଦଳକୁ ବର୍ତ୍ତମାନ ଯାଏ ୫୦ଟି ଆସନରେ ଆଗୁଆ ରହିଛନ୍ତି। ତେବେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳୁନଥିବା ନଜର ଆସିଛି। ୨୭୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ସଂଖ୍ୟା ଗରିଷ୍ଠତା ପାଇଁ ୧୩୭ ଆସନ ଆବଶ୍ୟକ। ବର୍ତ୍ତମାନର ଟ୍ରେଣ୍ଡ ଦେଖିଲେ ନ୍ୟାସନାଲ ଆସେମ୍ଲିରେ ଝୁଲା ପରିସ୍ଥିତି ହେବାର ଆଶଙ୍କା ବଢ଼ିଛି। ତଥାପି ଯଦି ସରକାର ଗଠନ ହୁଏ ତେବେ ଇମ୍ରାନ ଖାନ ହିଁ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଅଧିକ। ଗତକାଲି ହୋଇଥିବା ପାକିସ୍ତାନର ସାଧାରଣ ନିର୍ବାଚନରେ ମାତ୍ର ୩୩ ପ୍ରତିଶତ ମତଦାନ ହୋଇଥିଲା  ତେବେ ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ନଓ୍ୱାଜ ସରିଫ ଓ ତାଙ୍କ ଦଳ। ପାକିସ୍ତାନରେ କିଏ ସରକାର ଗଠନ କରିବ, ତା ଉପରେ ସାରା ବିଶ୍ୱର ନଜର ରହିଛି। ଭାରତ ମଧ୍ୟ ତୀକ୍ଷଣ ନଜର ରହିଛି। ଯଦି ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଭାରତ ସହିତ ସେ କିଭଳି ସଂପର୍କ ରଖିବେ, ତାକୁ ନେଇ ମଧ୍ୟ ନାନା କଲ୍ପନାଜଳ୍ପନା ଚାଲିଛି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like