ଲାଡେନ୍‌ ମରିନି ସହିଦ ହୋଇଛି: ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ୱାଜିର-ଏ-ଆଜମ(ପ୍ରଧାନମନ୍ତ୍ରୀ) ଇମ୍ରାନ୍‌ ଖାନ୍‌ଙ୍କ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ ଜଣେ ସହିଦ। ଗୁରୁବାର ପାକିସ୍ତାନ ପାର୍ଲିଆମେଣ୍ଟରେ ଲାଡେନ୍‌କୁ ସହିଦ ସମ୍ବୋଧନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପାକିସ୍ତାନର ସବୁଠାରୁ ଲଜ୍ଜାଜନକ ଇତିହାସ ବିଷୟରେ ଗୁରୁବାର ସଂସଦରେ ଆଲୋଚନା କରିବା ବେଳେ ସେ କହିଛନ୍ତି, ଯେ ପାକିସ୍ତାନର ଆକାଶ ପଥ ଦେଇ ଆମେରିକା ପ୍ରବେଶ କରିଥିଲା। ଏବଂ ଆବୋଟାବାଦରେ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିଲା। ଏହାପରେ ତୁରନ୍ତ ହତ୍ୟା ଶବ୍ଦକୁ ସଂସୋଧନ କରି ସହିଦ କରିଥିଲା ବୋଲି ଇମ୍ରାନ ଖାନ କହିଛନ୍ତି।

ସଂସଦରେ ଇମ୍ରାନ କହିଛନ୍ତି “ ୱାର୍‌ ଅନ୍ ଟେରର୍‌ରେ ଆମେ ଆମେରିକାକୁ ସାହାଯ୍ୟ କଲେ। ତା ବଦଳରେ ଯେଉଁ ଲଜ୍ଜିତ ହେବାକୁ ପଡ଼ିଲା, ମୁଁ ଭାବୁନି ଯେ ଆମ ଭଳି ଅନ୍ୟ କୌଣସି ଦେଶ ଏମିତି ସାହାଯ୍ୟ କରିବ ଓ ବଦଳରେ ଅପମାନ ସହିବ। ଏହି ଲଜ୍ଜାଜନକ ଘଟଣାକୁ କେବେ ବି ଭୁଲି ହେବନି।”

“ଓସାମାବିନ୍‌ ଲାଡେନକୁ ଆମେରିକା ଆବୋଟ୍ଟାବାଦରେ ଆସି ମାରିଦେଲା.. ସହିଦ କରିଦେଲା କିନ୍ତୁ ତା ପରେ କଣ ହେଲା ? ସାରା ବିଶ୍ୱ ଆମକୁ ଗାଳି ଦେଲା ଭଲମନ୍ଦ କହିଲା। ତାଙ୍କର ଯୁଦ୍ଧା ପାଇଁ ୭୦,୦୦୦ ପାକିସ୍ତାନୀ ମରିସାରିଲେଣି, ମାନେ କେତେ ଅଧିକ ଅପମାନଜନକ କଥା ସତେ।” ବୋଲି ଇମ୍ରାନ କହିଛନ୍ତି।

 

 

 

ଆହୁରି ପଢ଼ନ୍ତୁ

ମୃତ୍ୟୁ ପରେ ଚର୍ଚ୍ଚାରେ ବାଳକ

ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ

ଏବେ ପ୍ରତି ଶନିବାର ଓ ରବିବାର ଅଫିସ୍, ଦୋକାନ ବନ୍ଦ

ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଟ୍ରମ୍ପ

ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ପରଲୋକ

ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ‌

ସରଗରମ ରାଜସ୍ଥାନ ରାଜନୀତି: ୧୨ ଅନୁଗାମୀ ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ବାଘ ଗଣନାରେ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ

ବନ୍ୟାରେ ଉବୁଟୁବୁ ଆସାମ: ଗଲାଣି ୪୨ ଜୀବନ

ଅମିତାଭଙ୍କ ପରେ ଏହି ବଲିଉଡ୍‌ ଷ୍ଟାର୍‌ଙ୍କ ଘରକୁ ପଶିଲା କରୋନା

ଅମିତାଭଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ବାହାରେ ଲାଗିଲା ନୋଟିସ୍

ଦିନକରେ କରୋନା ନେଲା ୫୫୧ ଜୀବନ: ୨୮,୬୩୭ ଆକ୍ରାନ୍ତ

You might also like